ଟାଟାଷ୍ଟିଲ ସମ୍ମୁଖରେ ଟ୍ରାଫିକ୍‌ ବ୍ୟବସ୍ଥାରେ ଅବ୍ୟବସ୍ଥା ଯୋଗୁଁ ୭ ଗାଈ ମୃତ

କାମାକ୍ଷାନଗର : ମେରାମଣ୍ଡଳୀ ସ୍ଥିତ ଟାଟା ଷ୍ଟିଲ କାରଖାନା ଫାଟକ ସମ୍ମୁଖରେ ଗାଡି ଧକ୍କାରେ ୭ ଗୋରୁଙ୍କ ମୃତ୍ୟୁ ହୋଇଛି l ଟାଟା ଷ୍ଟିଲ କାରଖାନା ସମ୍ମୁଖରେ ଟ୍ରାଫିକ ସମସ୍ୟା ଲାଗି ରହିଥିବା ବେଳେ ଗାଈଗୋରୁମାନେ ଅବାଧରେ ଚଳ ପ୍ରଚଳ କରୁଛନ୍ତି l ଗାଈ ରଖିଥିବା ମାଲିକମାନେ ଗାଈ ପ୍ରତି ଗୁରୁତ୍ୱ ଦେଉନଥିବାରୁ ରାଜପଥରେ ଅବାଧରେ ଚଳପ୍ରଚଳ କରୁଛନ୍ତି l

ଫଳରେ ଗାଡି ଧକ୍କାରେ ୭ ଗୋରୁଙ୍କ ଜୀବନ ହାନୀ ଘଟିଛି l ତନ୍ମଧ୍ୟରୁ ଗୋଟିଏ ବଳଦ, ୩ ଗାଈ ଓ ୩ଟି ଷଣ୍ଢ l ପୁଣି ଜାତୀୟ ରାଜପଥରେ ବେପରୁଆ ଯାନ ବାହନ ଚଳାଚଳ ଓ ଟ୍ରାଫିକ ବ୍ୟବସ୍ଥା ନଥିବାରୁ ଏପରି ଦୁର୍ଘଟଣା ହେଇଛି ବୋଲି ସାଧାରଣରେ ଆଲୋଚନା ହେଉଛି l ଦୁର୍ଘଟଣା ପରେ ୭ ଗୋଟି ମୃତ ଗୋରୁଙ୍କୁ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହାୟତାରେ ଏକ ଟ୍ରଲର ଓ ଜେକିବି ସହାୟତାରେ ଉଠାଯାଇ ବିଧିମୁତାବକ ସତ୍କାର କରାଯାଇଅଛି l

Leave a Reply

Your email address will not be published. Required fields are marked *