ଅବ୍ୟବସ୍ଥାରେ ବଲାଙ୍ଗିର ଶିଶୁ ଉଦ୍ୟାନ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଓ ଜଗର୍ସା ପାର୍କ ରହିଛି । କିଛି ମାସ ତଳେ ଅସାମାଜିକ ବ୍ୟକ୍ତିତ୍ତ୍ୱମାନେ ଜଗର୍ସା ପାର୍କରେ ପଶି ଭଙ୍ଗାରୁଜା କରିବା ସହ ସାମଗ୍ରୀ ଚୋରି କରୁଥିଲେ । ସହରାଞ୍ଚଳ ଥାନାରେ ଏନେଇ ପୌରପାଳିକା ପକ୍ଷରୁ ଅଭିଯୋଗ କରାଯାଇଥିଲା । ଖୁବଶୀଘ୍ର ସିସିଟିଭି ଲଗାଇବା ପାଇଁ ପ୍ରତିଶ୍ରୁତି ମିଳିଥିଲା । ପ୍ରଥମ ପର୍ଯ୍ୟାୟରେ ଜଗର୍ସା ପାର୍କ ସହ ଶିଶୁ ଉଦ୍ୟାନରେ ୨୦ଟି ସିସିଟିଭି ଖଞ୍ଜା ଯାଇଥିବା ଜଣାପଡିଛି । ପରବର୍ତ୍ତୀ ସମୟରେ ଅଧିକ ସିସିଟିଭି ଲଗାଯିବ ବୋଲି ସୂଚନା ମିଳିଛି ।

ତେବେ ଶିଶୁ ଉଦ୍ୟାନରେ ଶିଶୁମାନଙ୍କୁ ଆମୋଦ ପ୍ରମୋଦ ପାଇଁ ଝୁଳଣା, ସ୍ଲାଇଡିଂ ଓ ଅନ୍ୟାନ୍ୟ ଖେଳ ଉପକରଣ ନଷ୍ଟ ହୋଇଯାଇଥିବାରୁ ଏହାର ପୁନରୁଦ୍ଧାର କରାଯାଇଥିଲା । ନୂଆ ଖେଳ ସାମଗ୍ରୀ ଲଗାଯାଇଥିଲା । କିନ୍ତୁ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଶିଶୁ ଉଦ୍ୟାନର ଗୋଟିଏ ଝୁଳଣା ଠିକ ଥିବାବେଳେ, ଅନ୍ୟ ଦୁଇଟି ଖରାପ ହୋଇଯାଇଛି ।

ସେହିପରି ପାହାଚ(ସିଡି) ଚଢି ତଳକୁ ଖସଡୁଥିବା(ସ୍ଲାଇଡିଂ) ମଧ୍ୟରେ ସଂଯୋଗ ନଥିବା ଯୋଗୁଁ ଏହା କେତେବେଳେ ବିପଦ ଆଣିପାରେ ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି । ତେଣୁ ଏଥିପ୍ରତି ପୌର କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *