“ଶବ୍ଦକୁଞ୍ଜ” ପରିବାର ତରଫରୁ ବନ୍ଧୁମିଳନ ଓ ବାର୍ଷିକ ଉତ୍ସବ ପାଳିତ

ବାଲିଆପାଳ : ଜଣେ ମଣିଷ ଜୀବନରେ କିଛି ନାଁ କିଛି କଳା ଲୋଚି ରଖିଥାଏ, ସେହି କଳା କେମିତି ଲୋକଲୋଚନକୁ ଆସିବ ତାହା “ଶବ୍ଦକୁଞ୍ଜ” ପରିବାରର ପ୍ରତିଷ୍ଠାତା ସମ୍ପାଦକ କାର୍ତ୍ତିକ ସେଠିଙ୍କ ଦ୍ୱାରା ବାଲିଆପାଳ ବ୍ଲକ ଚଉମୁଖ ଗ୍ରାମ ପଂଚାୟତ କଙ୍କଡାପାଳ ୟୁଜି. ୟୁପି. ସ୍କୁଲ ବାତ୍ୟା ଆଶ୍ରୟସ୍ଥଳୀରେ ଶାରଦୀୟ ବନ୍ଧୁମିଳନ ଓ ବାର୍ଷିକ ଉତ୍ସବ “ଶବ୍ଦକୁଞ୍ଜ” ପରିବାର ତରଫରୁ ପାଳନ କରାଯାଇଛି । ଆଜିର ବନ୍ଧୁମିଳନ ଉତ୍ସବରେ ସଭାପତି ସାହିତ୍ୟିକ ଓ ପ୍ରଧାନ ଶିକ୍ଷକ ସୁଧାଂଶୁ କୁମାର ପଞ୍ଝା, ଉପ ସଭାପତି ବରିଷ୍ଠ କବି ଓ ଗୀତିକାର ତ୍ରିଥେସ ଚନ୍ଦ୍ର ରାୟ ମହାଶୟ, ମୁଖ୍ୟ ଅତିଥି କବି ଓ ସାହିତ୍ୟିକ ଅଧ୍ୟାପକ ନିରଞ୍ଜନ ବେହେରା, ପୂର୍ବତନ ସଭାପତି ଏଫଏମ କଲେଜ ହିରିଶ୍ଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ଅଧ୍ୟାପକ ସୁକାନ୍ତ କୁମାର ଗିରି, ବରେଣ୍ୟା ଅତିଥି କଲ୍ୟାଣୀ ନନ୍ଦ ଯୁଗ୍ମ ସମ୍ପାଦିକା ଏଫଏମ କଲେଜ, ଅବସର ପ୍ରାପ୍ତ ଶିକ୍ଷକ ସୁବାସ ଚନ୍ଦ୍ର ଚୌଧୁରୀ, କବିତା ସଂଯୋଜକ କବି ସନ୍ୟାସୀ ପାତ୍ର ବାଲେଶ୍ୱର, କବିତା ସଂଜୁଜିକା କବୟିତ୍ରୀ ସଂଗୀତା ବାରିକ ଓ ଅନ୍ୟ କବି କବୟିତ୍ରୀ ଉପସ୍ଥିତ ରହି କବିତା ପାଠ କରିଥିଲେ । ବାଲିଆପାଳର ଶସ୍ୟ ଶ୍ୟାମଳା ମାଟି ପାନ, ମୀନ, ସୁଜନା ଚୁଇଁ, ନଡ଼ିଆ ଆଦି ବିଷୟରେ ଗାଁରେ ଲୋଚି ରହିଥିବା କବି ଗଣ କବିତା ପଠନ କରିଥିଲେ ।

Leave a Reply

Your email address will not be published. Required fields are marked *