ବାଲିଆପାଳ : ପାରିବାରିକ ସମସ୍ୟାକୁ ନେଇ କରୁଣ ପରିଣତି । ସ୍ତ୍ରୀକୁ କଟୁରିରେ ହାଣିଲା ସ୍ବାମୀ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । କଟୁରି ଧରି ଥାନାରେ ଆତ୍ମ ସମର୍ପଣ କଲା ସ୍ୱାମୀ । ସୁଚନା ଅନୁଯାୟୀ ବାଲିଆପାଳ ଥାନା ହାସିମପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁ ସିଂଲା ଥାନା ଅନ୍ତର୍ଗତ ନହଞ୍ଜରା ଗ୍ରାମର ଜୟନ୍ତୀ ପ୍ରଧାନଙ୍କୁ ୯ ବର୍ଷ ପୂର୍ବେ ବିବାହ କରିଥିଲେ । ବିବାହ ପରଠାରୁ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏହାକୁ ନେଇ ସ୍ତ୍ରୀ ଜୟନ୍ତୀ ସ୍ବାମୀଙ୍କ ପାଖରେ ନରହି ବାପଘରେ ରହୁଥିଲା ଏବଂ ସିଂଲା ଥାନା ସମ୍ମୁଖରେ କ୍ରୀଷ୍ଣା ନାମକ ଏକ ବିୟୁଟି ପାର୍ଲର କରିଥିଲେ । ଏହି ଘଟଣାକୁ ନେଇ ପୂର୍ବରୁ ଉଭୟ ବାଲିଆପାଳ ଏବଂ ସିଂଲା ଥାନାରେ ପୃଥକ ପୃଥକ ମାମଲା ରହିଛି । ଆଜି ସ୍ବାମୀ ପୂର୍ଣ୍ଣଚନ୍ଦ୍ର ଏକ କଟୁରୀ ଧରି ବିୟୁଟି ପାର୍ଲର ପହଞ୍ଚି ଅତର୍କିତ ଆକ୍ରମଣ କରିଥିଲେ । ପରେ କଟୁରୀ ସହିତ ସିଂଲା ଥାନାରେ ଆତ୍ମସମର୍ପଣ କରିଛି ସ୍ବାମୀ । ସ୍ଥାନୀୟ ଲୋକେ ଗୁରୁତର ଜୟନ୍ତୀକୁ ବସ୍ତା ଡ଼ାକ୍ତରଖାନାରେ ଭର୍ତି କରିଛନ୍ତି । ପୋଲିସ ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ, ତେବେ ସ୍ବାମୀ ପୂର୍ଣ୍ଣଚନ୍ଦ୍ର ସବୁ ସମୟରେ ମଦ୍ୟପାନ କରି ଜୟନ୍ତୀକୁ ମାରଧର କରୁଥିବାରୁ ଏହି ବିବାଦ ରହିଥିବା କଥା କହିଛନ୍ତି ସ୍ଥାନୀୟ ସରପଞ୍ଚ ।
