ପରକିୟା ପ୍ରିତି ଜୀବନ ନେଲା

ଜଳେଶ୍ୱର ( ସଞ୍ଜୟ ଦାସ ) : ପରକିୟା ପ୍ରୀତି ଅପରାଧ ନୁହେଁ ବିବାହ ପରେ ପୁରୁଷ କିମ୍ବା ମହିଳା ଅନ୍ୟ କୌଣସି ସ୍ଥାନରେ ଶାରୀରିକ ସମ୍ପର୍କ ରଖିବାକୁ ଅପରାଧ କୁହାଯିବନାହିଁ । କିମ୍ବା ସମ୍ପୃକ୍ତ ବ୍ୟକ୍ତି ଙ୍କୁ ଅପରାଧୀ ଭାବେ ବିବେଚନା କରି କୋୖଣସି ଦାଣ୍ଡିତ କରାଯାଇ ପାରିବନାହଁ ବୋଲି ଗତ ୨୭/୯/୨୦୧୮ ରିଖ ଗୁରୁବାର ମାନ୍ୟବର ସୁପ୍ରିମକୋର୍ଟର ଆଇ ପି ସି ଧାରା ୪୯୭ କୁ ଅସମ୍ବିଧାନିକ ଘୋଷଣା କରି ଏକ ଐତିହାସିକ ରାୟ ଦେଇଥିବା ବେଳେ ସ୍ତ୍ରୀ ର ମାଲିକ ସ୍ବମୀ ନୁହେଁ କହିଥିଲେ । ଯାହାର କରୁଣ ପରିଣତି ଏବେ ଦେଖିବାକୁ ମିଳୁଛି ା ପ୍ରରକୀୟା ପ୍ରୀତିପାଇଁ ଜୀବନ ଯାଉଛି । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବେଲାଶ୍ବର ଜିଲ୍ଲା ଜଳେଶ୍ବରରେ  ା

ଜଳେଶ୍ୱର ଥାନା ଅନ୍ତର୍ଗତ ବଳରାମପୁର ଗାଁ ମିହୀର ଭୂୟାଁ ଙ୍କ ପୁଅ ଅଭିଶେଖ ( ବପୁନ) ସେହି ଗାଁ ର ଜଣେ ବିବାହିତା ମହିଳାଙ୍କ ସହ କୁଆଡେ ଦୀର୍ଘ ଦିନରୁ ପରକୀୟା ପ୍ରିତୀଥିଲା । ବପୁନ ଗତ କିଛିଦିନ ତଳେ ଉକ୍ତ ମହିଳାଙ୍କ ନିକଟକୁ ରାତିରେ ଯିବାପରେ ମହିଳାଙ୍କ ଘରଲୋକଙ୍କ ହାତରେ ଧରାପଡି ଜଳେଶ୍ୱର ପୋଲିସ ପର୍ଯ୍ୟନ୍ତ ଯାଇଥିଲା । ଘଟଣାର କେଇଟା ଦିନପରେ ମହିଳା ଜଣକ ତାଙ୍କ ଭଉଣୀ ପଶ୍ଚିମବଙ୍ଗ ଦାନ୍ତୁନ ଥାନାର କୋୖଣସି ଏକ ଗାଁ ରେ ଯାଇରହୁଥିଲେ । ତେବେ ଉପର ଘଟଣାକୁ କେନ୍ଦ୍ର କରି ପ୍ରତିଶୋଧ ପରାୟଣ ନେବାର ଯୋଜନା କରି ପ୍ରେମିକ ର ପ୍ରେମିକା ବାପୁନକୁ ଶେଷରେ ପ୍ରେମିକାର ସ୍ୱାମୀ ଓ କିଛି ସହଯୋଗୀ ମିଳିମିଶି ଧାରୁଆ ଅସ୍ତ୍ର ରେ ପ୍ରେମିକର ଶରୀରକୁ ହାଣୀ ଜୀବନରୁ ମାରିପକାଇଛନ୍ତି । ସବୁଠାରୁ ବଡ କଥାହେଉଛି ଯେ ଅଭିଶେଖ ( ବାପୁନ) ଜଣେ ଠିକାଦାର ଭାବେ ଜଳେଶ୍ୱର ଅଞ୍ଚଳରେ କାର୍ଯ୍ୟ କରନ୍ତି । ସେ ଗତ କାଲି ବିଳମ୍ବିତ ରାତିରେ ଜଳେଶ୍ୱର ରୁ ମହିଳା ପ୍ରେମିକା ରହୁଥିବା ଭଉଣୀ ଘରକୁ ଦେଖାକରିବା ପାଇଁ ପଶ୍ଚିମବଙ୍ଗ ଦାନ୍ତୁନ ପହଂଛିଥିଲେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ଶୁଣିବାକୁ ମିଳେ ବାପୁନ କୁଆଡେ ତାର ପ୍ରେମିକା ପାଖକୁ ଜିବ ବୋଲି ତାର ସ୍ବାମିକୁ ଧମକାଇଥିଲା ା ତେବେ ଅଭିଶେଖ ( ବାପୁନ) ପ୍ରେମିକାର ସ୍ୱାମୀ ପିଛାକରି ସହଯୋଗୀଙ୍କ ସହାୟତାରେ ଦାନ୍ତୁନ ନିକଟରେ ଏକ ଅନ୍ଧାରିଆ ରାସ୍ତାରେ ତାକୁ ହାଣୀ ମାରିପକାଇ ପ୍ରେମିକାର ସ୍ୱାମୀ ପୁକା ପ୍ରଧାନ ଘଟଣା ସ୍ଥଳରୁ ପଳାଇ ଯାଉଥିବା ସମୟରେ ଦାନ୍ତୁନ ପୋଲିସ ତାକୁ ଗିରଫ କରିବା ପରେ ମୃତ ଶରୀର ଜବତ କରି ଦାନ୍ତୁନ ଓ ଜଳେଶ୍ୱର ପୋଲିସ ଅଧିକ ତଦନ୍ତ ଚଳାଇଛନ୍ତି ା ତେବେ ଏଭଳି ଘଟଣା ପରକିୟା ପ୍ରିତିର ପୁର୍ଣ୍ଣଛେଦ ପକଉଛିନା ଏମିତି ଆହୁରି କରୁଣ ଦ୍ରୁଶ୍ୟଦେଖିବାକୁ ମିଳିବ ତାହା ସମୟ କହିବ ା

Leave a Reply

Your email address will not be published. Required fields are marked *