ସଙ୍କଟରେ ଗଜରାଜ, ସମ୍ବଲପୁର ଜମନକିରାରେ ପୁଣି ୨ ହାତୀଙ୍କ ମୃତ୍ୟୁ

ସମ୍ବଲପୁର : ସଙ୍କଟରେ ଗଜରାଜ । ସମ୍ବଲପୁର ଜମନକିରାରେ ପୁଣି ୨ ହାତୀଙ୍କ ମୃତ୍ୟୁ । ସର୍ଡା ଜଙ୍ଗଲରେ ୨ଟି ହାତୀର ମୃତ୍ୟୁ ହୋଇଥିବା ସୂଚନା । ଗୋଟିଏ ମାଇ ହାତୀ ଓ ଅନ୍ୟଟି ଦନ୍ତା ହାତୀ ।  ଖବର ପାଇ ଘଟଣାସ୍ଥଳରେ ବନବିଭାଗ ପହଂଚି ତଦନ୍ତ ଆରମ୍ଭ କରିଛି । ୨ ହାତୀଙ୍କ ମୃତ୍ୟୁର କାରଣ ଅଷ୍ପଷ୍ଟ ରହିଛି ।

ଦିନକୁ ଦିନ ଗୋଟିଏ ପରେ ଗୋାଟିଏ ହାତୀଙ୍କର ମୃତ୍ୟୁ ହେଉଥିବା ଖବର ସାମ୍ନାକୁ ଆସୁଛି । ଯାହାକୁ ନେଇ ସମସ୍ତେ ଚିନ୍ତିତ । ସେପଟେ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଛନ୍ତି ହାତୀପଲ । ଯେଉଁଥିପାଇଁ ସେମାନଙ୍କର ଜୀବନ ଯାଉଛି । ଏଭଳି ସ୍ଥିତିରେ ବନବିଭାଗ କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *