ବାଲିଗୁଡା : ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ ଏବଂ ସାର୍ବଜନିନ ସ୍ମାର୍ଟ କରିବା ପାଇଁ ସରକାର ବିଭିନ୍ନ ବିଦ୍ୟାଳୟକୁ କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି । କିନ୍ତୁ କନ୍ଧମାଳ ଜିଲ୍ଲାରେ ବିଦ୍ୟାଳୟର ଅର୍ଥଚଳୁ ଏବଂ ନିମ୍ନମାନର କାର୍ଯ୍ୟ ଯୋଗୁଁ ଏହାର ସୁଫଳ ପାଇପାରୁ ନଥିବା ଅଭିଯୋଗ ହୋଇଛି ।
ବାଲିଗୁଡା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୋଟଗଡ ବ୍ଲକ ଅଧିନସ୍ଥ ଶ୍ରୀରାମପୁର ସୁବର୍ଣ୍ଣଗିରି ମାର୍ଲାଙ୍ଗ ଉଚ୍ଚ ବିଦ୍ୟାଳୟଗୁଡିକରେ ଦାୟିତ୍ୱରେ ଥିବା ବିଡ଼ିଓ ଯନ୍ତ୍ରୀ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ କୋଟିକୋଟି ଟଙ୍କା ଆତ୍ମସାତ ଯୋଗୁଁ ଛାତ୍ରଛାତ୍ରୀମାନେ ୫-ଟି ସ୍କୁଲ ମାନ୍ୟତା ପାଇଥିଲେ ମଧ୍ୟ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥିବା କହିଛନ୍ତି ।
ତେବେ ଶ୍ରେଣୀ ଗୃହ ଅଭାବରୁ ଗୋଟିଏ ଗୃହରେ ଦୁଇରୁ ତିନିଟା କ୍ଲାସ ଚାଲିଛି । ସାଇକେଲ ଷ୍ଟାଣ୍ଡ ଏବଂ ହଷ୍ଟେଲରେ ଖୁନ୍ଦାଖୁନ୍ଦି ହୋଇ ପିଲା ପାଠ ପଢୁଛନ୍ତି । ଖୋଲା ଆକାଶ ତଳେ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେଉଛି । ଛାତ୍ରଛାତ୍ରୀ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଖରା, ବର୍ଷା, ଶୀତରେ ଗଛତଳେ ମଧ୍ୟାହ୍ନ ଭୋଜନ ଖାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି ।
