ପୋଖରୀ ନିକଟରୁ ଅଚିହ୍ନା ଶବ ଉଦ୍ଧାର

ବଣାଇ : ବଣାଇ ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର ଧରଣୀଧର ପାଲି ଗ୍ରାମ ନିକଟରେ ଥିବା ଏକ ପୋଖରୀ ନିକଟରୁ ପୋଲିସ ଏକ ଅଜଣା ଯୁବକଙ୍କ ଶବ ଉଦ୍ଧାର କରିଥିବା ଜଣାପଡିଛି ।

ସୂଚନାରୁ ପ୍ରକାଶ ଯେ ୧୪୩ ନମ୍ବର ଜାତୀୟ ରାଜପଥ ରାସ୍ତାର ଧରଣୀଧର ପାଲି ଛକ ନିକଟରେ ଥିବା ପୋଖରୀ ହୁଡ଼ାରେ ବହୁ ସମୟ ଧରି ଏକ ସାଇକେଲ ଛିଡା ହୋଇଥିବା ବେଳେ ଅନେକ ସମୟ ପର୍ଯ୍ୟନ୍ତ କେହି ସାଇକେଲ ନିକଟକୁ ନଆସିବାରୁ ଯାତାୟାତ କରୁଥିବା ସ୍ଥାନୀୟ ଲୋକେ ସନ୍ଦେହରେ ଯାଇ ଦେଖିବାରୁ କିଛି ଦୂରରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ ଏବଂ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ବଣାଇ ପୋଲିସକୁ ଖବର ଦେଇଥିଲେ । ଖବରପାଇ ବଣାଇ ଥାନା ଅଧିକାରୀ ରଞ୍ଜନ କୁମାର ନାୟକ ଘଟଣା ସ୍ଥଳରେ ପହଞ୍ଚି ଅଚିହ୍ନା ଶବକୁ ଜବତ କରି ଘଟଣାର ତଦନ୍ତ ଚଲାଇଥିବା ବେଳେ ଆସନ୍ତା କାଲି ଅଚିହ୍ନା ଶବର ବ୍ଯବଚ୍ଛେଦ ହେବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି ।

Leave a Reply

Your email address will not be published. Required fields are marked *