ପଦ୍ମଧରିଲେ ସୁକାନ୍ତ ବଳିପଡିବେ ନା ବିଧାୟକ ହେବେ

ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ ନାୟକ କିଛିଦିନ ପୂର୍ବରୁ ବିଜେଡି ଛାଡିଥିବା ବେଳେ ବିଜେଡି ତାଙ୍କୁ ଉପେଖ୍ୟା କରିିଥିବା ଅଭିଯୋଗ ଆଣିଥିଲେ ା ତେବେ ସେ ବିଜେପିରେ ମିଶିବା ନେଇ ଚର୍ଚା ହେଉଥିବା ବେଳେ ଆଜି ତାହାର ପୂର୍ଣଛେଦ ପଡିଛି ା

ଆଜି ସେ ଆନୁଷ୍ଠାନିକ ଭାବେ ଧର୍ମେନ୍ଦ୍ର ପ୍ରଧାନ , ପ୍ରତାପ ଶଡଙ୍ଗୀଙ୍କ ସହ ବହୁ ବିଜେପି ନେତାଙ୍କ ଉପସ୍ତିତିରେ ବିଜେପିରେ ମିଶିଛନ୍ତି ା ତେବେ ସେ ବିଜେପିରୁ ବିଧାୟକ ଟିକେଟ ପାଇବେକି ନାହିଁ ତାହା ସ୍ତିର ହୋଇନି ଅନ୍ୟପଟେ ସନ୍ତୋଷ ଖଟୁଆଙ୍କୁ ବିଜେପି ଦଳରୁ ବାହାର କରାଯାଇଥିଲେ ମଧ୍ୟ ଆର ଏସ ଏସ ରୁ ବାହାର କରାଯାଇନାହିଁ ଯାହା ତାଙ୍କୁ ବିଜେପି ପ୍ରାର୍ଥୀ କରିବାର ଆଶାକୁ ବଞ୍ଚାଇ ରଖିଛି ା ତେବେ ସୁକାନ୍ତ ବିଜେପି ଟିକେଟରେ ବିଧାୟକ ହେବେନା ବଳିପଡିବେ ତାହା ସମୟ କହିବ ା

Leave a Reply

Your email address will not be published. Required fields are marked *