କଟକ : ୨ ହଜାର ଟଙ୍କା ନିଅ, ତୁମ ପିଲା ମତେ ଦେଇ ଦିଅ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକରେ । ପିଲା ନେବା ପାଇଁ କଟକ ଏସସିବି ମେଡ଼ିକାଲରେ ମୂଲଚାଲ କରୁଥିବାର ଏକ କୋହଭରା କାହାଣୀ ଏବେ ସାମନାକୁ ଆସିଛି । ଟଙ୍କା ଦରକାର ନାହିଁ । ମୁଁ ଖଟିବି ଯେତିକି ପଇସା ସଞ୍ଚୟ କରିବି ସେଥିରେ ପିଲାଙ୍କୁ ପୋଷିବି ବୋଲି କହିଛନ୍ତି ଛୋଟ ପିଲାର ବାପା ।
ହେଲେ କାହାକୁ ମୋ ପିଲା ବିକ୍ରୀ କରିବି ନାହିଁ । ଦୁଇ କୁନି କୁନି ପିଲାଙ୍କୁ ନେଇ ଜରି ଗୋଟାଇ ଦିନ କାଟୁଛି ଝାଡ଼ଖଣ୍ଡର ମହମ୍ମଦ ଆରିଫ । ପତ୍ନୀର ମୃତ୍ୟୁ ପରେ ଦୀର୍ଘ ବର୍ଷ ଧରି ନିଜର ଦୁଇ କୁନି ପିଲାଙ୍କୁ କଟକ ବଡ଼ ମେଡ଼ିକାଲ ସମେତ ବିଭିନ୍ନ ଅଞ୍ଚଳ ବୁଲି ଜରି ଗୋଟାଇବା ସହ ମୂଲ ଲାଗି ଦୁଇ ପଇସା ରୋଜଗାର କରି ଦିନ କାଟୁଛି । ଆଉ ଆଜି ତାଙ୍କୁ ୨ ହଜାର ଟଙ୍କା ଦେଇ କହୁଛନ୍ତି ତୁମ ପିଲା ମୋତେ ଦେଇଦିଅ । ଏ ଘଟଣା ଏବେ କଟକ ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
