କୋରାପୁଟ : ଟ୍ରାଫିକ ପୋଲିସଙ୍କ ଦବଙ୍ଗଗିରି । ମାନୁ ନାହାନ୍ତି ଆଇନ୍ କାନୁନ୍ । ଟ୍ରାଫିକ ନିୟମ ନମାନିଲେ ଫାଇନ କାଟିବା ବଦଳରେ ନିର୍ଦ୍ଧୁମ ପିଟୁଛନ୍ତି । ଏନେଇ ବିରୋଧ କଲେ କରୁଛନ୍ତି ହଙ୍ଗାମା । ଏଭଳି କିଛି ମୋବାଇଲ ଭିଜୁଆଲ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ।
ଖବର ଅନୁଯାୟୀ, କୋରାପୁଟ ଜିଲ୍ଲା ସୁନାବେଡ଼ା ସହର ମୁଖ୍ୟ ଜାତୀୟ ରାଜପଥରେ ଥିବା ଟ୍ରାଫିକ ଛକର ଚିତ୍ର । କୋରାପୁଟରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ଏହା ଏକ ବ୍ୟସ୍ତବହୁଳ ଜାତୀୟ ରାଜପଥ । ଆଉ ଏହି ସୁନାବେଡ଼ା ଟ୍ରାଫିକ ଛକରେ ଜଗିଛନ୍ତି ଟ୍ରାଫିକ କନେଷ୍ଟବଳ । ହାତେ ମାପି ନଚାଲିଲେ ନିର୍ଦ୍ଧୁମ ପିଟୁଛନ୍ତି ବାବୁ । ଯୁବକଙ୍କ ଠାରୁ ଆରମ୍ଭ କରି ବୟସ୍କା କାହାରିକୁ ଛାଡୁ ନାହାନ୍ତି ଏହି ଟ୍ରାଫିକ ବାବୁ । ଦେଖୁଛନ୍ତି ତ ଏହି ଦୃଶ୍ୟ ଏ ହେଉଛି ସୁନାବେଡ଼ା ଟ୍ରାଫିକ ଛକରେ କନେଷ୍ଟବଳଙ୍କ ଦବଙ୍ଗଗିରି ।
