ଜଳେଶ୍ୱର : ଆଇନ୍ ର ସିକଞ୍ଜାରେ ପଡୁନାହାନ୍ତି ଅପରାଧି , ପୋଲିସ ର ବିଫଳତା ଅପରାଧିଙ୍କୁ ସୁହାଉଛି , ଯାହାର ସାଇଡ୍ ଇଫେକ୍ଟରେ ବଢୁଛି ଅପରାଧିକ କାର୍ଯ୍ୟ ା ଆଜି ଉତ୍ତର ବାଲେଶ୍ବରର ଜଳେଶ୍ବର ଏବଂ ବାଲିଆ ପାଳର ଦୁଇଟି ଘଟଣା ସ୍ତାନୀୟ ପୁଲୁସକୁ ଜେ ବ୍ୟତିବ୍ୟସ୍ତ କରିଛି ତାହା ନୁହଁ ଜିଲ୍ଲାପୁଲିସକୁ ଚିନ୍ତାରେ ପକାଇଛି ା
ବାଲିଆପାଳର ଗୁଳିକାଣ୍ଡପରେ ଜଳେଶ୍ୱର ଥାନା ଅନ୍ତର୍ଗତ ଖୁଲୁଡା ପଞ୍ଚାୟତର କୁନ୍ଦୁ ଜେନା ୪୦ ଆଜି ସନ୍ଧ୍ଯାରେ ଖୁଲୁଡା ରୁ ବର୍ତନା ଫେରୁଥିଲା ବେଳେ ଗାଜିଆଣି ନିକଟରେ ଏକରାସ୍ତାରେ କେତେକ ଦୁର୍ବୁତ୍ତ ଅନ୍ଧାରିଆର ସୁଯୋଗ ନେଇ ଯୁବକକୁ ଭୁଜାଳିରେ ହାଣୀ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ତେବେ ଜଳେଶ୍ୱର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଚଳାଇଛନ୍ତି । ମାତ୍ର ଘଟଣାସ୍ଥଳରେ ମୃତ୍ୟ ଯୁବକଙ୍କ ସରିର ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ପଡିରହିଥିବା ବେଳେ ସେଠାରେ ଉତେଜନା ପ୍ରକାଶପାଇଥିବା ଦେଖାଦେଖାଇଛି ା
