ରାଜଧାନୀରେ ମାତିଛନ୍ତି ବନ୍ଧୁକ ବେପାରୀ

ଭୁବନେଶ୍ୱର : ପାର୍ବଣରେ ଚିନ୍ତା ବଢାଉଛନ୍ତି ବନ୍ଧୁକ ବେପାରୀ । ପାର୍ବଣ ଋତୁ ପାଖେଇ ଆସିଲା ବେଳେ ବନ୍ଧୁକଧାରୀ ଅପରାଧୀଙ୍କୁ ନେଇ ପୋଲିସଙ୍କ ଚିନ୍ତା ବଢିବାରେ ଲାଗିଛି । ଏବେଠାରୁ ରାଜଧାନୀରେ ଆତଙ୍କ ଖେଳାଉଛନ୍ତି ଏହି ଅପରାଧୀମାନେ । ବିଭିନ୍ନ ଜିଲ୍ଲାରୁ ଆସି ରାଜଧାନୀରେ ଡେରା ପକାଇ ଚୋରୀ, ଡକାୟତି ପାଇଁ ଯୋଜନା କରୁଛନ୍ତି । କୋଭିଡ କଟକଣା କୋହଳ ହେବାରୁ ଚଳିତ ବର୍ଷ ପାର୍ବଣ ବେଶ ଧୁମଧାମରେ ପାଳନ ହେବାକୁ ଯାଉଛି । ଏହାକୁ ନେଇ ଏବେଠାରୁ ସକ୍ରିୟ ହୋଇପଡିଛନ୍ତି ଏହି ବନ୍ଧୁକଧାରୀ ବେପାରୀ ।

ଏଣୁ ସେମାନଙ୍କୁ ସାବାଡ କରିବାକୁ ନୂଆ ରଣନୀତି ଆପଣେଇଛନ୍ତି କମିସନରେଟ ପୋଲିସ । ତେବେ ଏହି କମିଶନରେଟ ପୋଲିସର ତଥ୍ୟ ଅନୁଯାୟୀ, ଗତ ୮ ମାସରେ ଆର୍ମ୍ସ ଆକ୍ଟରେ ୧୧ଟି ମାମଲା ରୁଜୁ ହୋଇଛି । ଏଥିସହ ୧୨ଟି ବନ୍ଧୁକ, ୪୨ଟି ଅଫୁଟା ଗୁଳି ଜବତ କରିବା ସହ ୧୭ ଜଣଙ୍କୁ ଗିରଫ କରିଛି ।

ଅଗଷ୍ଟ ମାସରେ ସର୍ବାଧିକ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ତେବେ ଅଫଲାଇନ ଅପେକ୍ଷା ଅନଲାଇନରେ ଅଧିକ ମାତ୍ରାରେ ବନ୍ଧୁକ କାରବାର ହୋଇଥିବା ଜଣାପଡିଛି । କ୍ରେତା ନିକଟରେ ଅନଲାଇନରେ ବନ୍ଧୁକ ପଠାଇବା ପରେ କ୍ରେତା ଦଲାଲ ଆକାଉଣ୍ଟକୁ ବନ୍ଧୁକ ମୂଲ୍ୟର ଅଗ୍ରୀମ ଦେଇଦେଉଛି । ବନ୍ଧୁକ ଠିକଣା ଜାଗାରେ ପହଞ୍ଚିବା ପରେ ଅବଶିଷ୍ଟ ଟଙ୍କା କ୍ରେତା ଦେଇଥାଏ । ତେବେ ଏହି ବିଶେଷ କରି ମୁଙ୍ଗେର, ଉତ୍ତରପ୍ରଦେଶରୁ ରାଜଧାନୀକୁ ଆସିଥାଏ ।

ତେବେ କିଛିଦିନ ତଳେ କଟକରୁ ଏକ ଅପରାଧୀଙ୍କ ପାଖରୁ ପୁଳାପୁଳା ବନ୍ଧୁକ ମିଳିଥିଲା । ତେବେ ଚଳିତବର୍ଷ ପାର୍ବଣ ଋତୁ ପାଇଁ ପୋଲିସ ଅଧିକ ସଜାଗ ରହୁଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *