ସୋର : ସୋର ଷ୍ଟେସନ ଛକରେ ଦୀର୍ଘ ବର୍ଷ ଧରି ରହିଆସୁଥିବା ଆଦିବାସୀ ସମ୍ପ୍ରଦାୟର ପ୍ରାୟ ୩ ରୁ ୪ଟି ପରିବାରଙ୍କୁ ବାସଚ୍ୟୁତ କରିବାକୁ ଅଣ୍ଟା ଭିଡିଛନ୍ତି ନେତା । ଗତ କିଛିଦିନ ପୂର୍ବରୁ ନାଗରା ଦେଇ ଉଠେଇ ଦେବାକୁ ଧମକ ଦିଆଯାଇଥିଲା, ସେତେବେଳେ ବି ମୁଟା ଅଙ୍କର ଅର୍ଥ କାରବାର ହୋଇଥିଲା । କିନ୍ତୁ ଆଦିବାସୀମାନଙ୍କୁ ଉଛେଦ କରିପାରି ନଥିଲେ । ତେବେ ପୁଣି ଗତକାଲି ନାଗରା ଦିଆଯାଇ ଧମକ ଦିଆଯାଇଥିବା ବେଳେ ସାମ୍ନାକୁ ଆସିଛି ଭିତିରି କଥା । ମିଳିଥିବା ତଥ୍ୟ ମୂଳେ ଗୋଟେପଟେ ବିଜେପି ଚେୟାରମେନ ଅନ୍ୟପଟେ ବିଜେଡି ବିଧାୟକ ଉଭୟ କୁଆଡେ ଆଦିବାସୀଙ୍କୁ ବାସଚ୍ୟୁତ କରିବାକୁ ଅଣ୍ଟା ଭିଡିଛନ୍ତି । ସରକାରୀ ଜାଗାରେ ବଡବଡ ହୋଟେଲ ଏବଂ ଦୋକାନ ଘର କରି ଭଡା ଦିଆଯାଇଥିବା ବେଳେ କାଣି ବିଲେଇର କୁଜି ଅସରପା ଉପରେ ରାଗ ଭଳି ନେତାଙ୍କୁ କେବଳ ଉଛେଦ ପାଇଁ ଆଦିବାସୀ ହିଁ ଦେଖାଯାଉଛନ୍ତି ବୋଲି ଲୋକ କହୁଛନ୍ତି । ନିର୍ବାଚନ ଆସିଲେ ସାକୁଲେଇକି ଆଦିବାସୀଙ୍କ ପାଖରୁ ଭୋଟ ନେଉଥିବା ନେତା ଲୁଚି ପଡିଥିବା ବେଳେ, ଜଣେ ପୂର୍ବତନ ପାରିଷଦ ପଛ ଜମି ମାଲିକଙ୍କ ଠାରୁ ମୁଟା ଅଙ୍କର ଅର୍ଥନେଇ ଆଦିବାସୀଙ୍କୁ ବାସଚ୍ୟୁତ କରିବାକୁ ଯୋଜନା କରିଛନ୍ତି । ସେପଟେ ବିଧାୟକଙ୍କ ଭଣଜା ଚେୟାରମେନ ପ୍ରାର୍ଥି ହୋଇଥିବା ବେଳେ ଏଇ ଆଦିବାସୀମାନେ ବିଜେପିକୁ ସମର୍ଥନ କରିଥିବାରୁ ସେ ବି ରାଗ ସୁଝାଇବାକୁ ଅଣ୍ଟା ଭିଡିଛନ୍ତି । ତେବେ ଏଠି ମୋହରା ହେଉଛନ୍ତି ମୁନିସପାଲିଟି ଅଧିକାରୀ ରାକେଶ ପଣ୍ଡା ବଦଳି ପରେ ଯିବା ଆସିବା ବେଳେ ଆଦିବାସୀଙ୍କୁ ବାସଚ୍ୟୁତ କରି ପୁଳା ପୁଳା ଅଭିଶାପ ନେବାକୁ ରେଡି ହୋଇଛନ୍ତି । ବିଜେଡି ବିଜେପି ଉଭୟ ରାକେଶ ପଣ୍ଡାଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳି ଫୁଟାଇବାକୁ ଅଣ୍ଟା ଭିଡିଥିବା ବେଳେ ପୁଳା ପୁଳା ଅଭିଶାପ ନେଇ ରାକେଶ ପଣ୍ଡା କେଉଁ ନର୍କରେ ପଡିବେ ତାହା ସମୟ କହିବ । ଅନ୍ୟପଟେ ନୟନଯୋଡି କିସମ ପରିବର୍ତ୍ତନ କରାନଯାଇ କୋର୍ଟରେ ରହିତାଦେଶ ଥାଇ କାର୍ଯ୍ୟକରୁଥିବା ପୂର୍ତ୍ତବିଭାଗ କେବେ କୋର୍ଟ ଅବମାନନା ପାଇଁ କାଠଗଡାକୁ ଯିବ ତାହା ଦେଖିବାକୁ ବାକି ରହିଲା ।
