ପୁଣି ଗୋରୁ ବୋଝେଇ ପିକଅପ ଜବତ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଂଚଳରେ ପୁଣି ଏକ ଗୋରୁ ବୋଝେଇ ପିକଅପକୁ ଜବତ କରିଛି ପୋଲିସ । ଖବର ମୁତାବକ ଗତକାଲି ଅପରାହ୍ନ ସମୟରେ ସାରସକଣା ଅଂଚଳରେ ଓଡି୧୧ଡବ୍ଲ୍ୟୁ୨୫୮୪ ବିଶିଷ୍ଟ ପିକଅପ ଭ୍ୟାନ ୭ଟି ଗୋରୁ ବୋଝେଇ କରି ପଶ୍ଚିମବଙ୍ଗ ଯାଉଥିବା ସମୟରେ ଥାନାଧିକାରୀ ଫନୀନ୍ଦ୍ର ଭୂଷଣ ନାୟକ ଗାଡିକୁ ଜବତ କରିବା ସହିତ ଚାଳକ ଓ ହେଲପରକୁ ଥାନାକୁ ଆଣି ଅଟକ ରଖିଛନ୍ତି ।

ଚାଳକ ଜଣକ ରାଇରଙ୍ଗପୁର ଥାନା ଅଞ୍ଚଳର ବୈଶାଖୀ ବାରିକ(୨୦) ଓ ହେଲପର ଜଣକ ବାଦମପାହାଡ଼ ଥାନା ଅଞ୍ଚଳର  ଲକ୍ଷଣ ଗିରି (୨୮)ଙ୍କୁ ଥାନାରେ ଅଟକ ରଖାଯାଇଥିଲା ବେଳେ ଗୋରୁ ଗୁଡିକୁ ବାଲେଶ୍ବର ସ୍ଥିତ ଗୋଶାଳାକୁ ପଠାଇଦିଆଯାଇଛି । ଏନେଇ ୨୦୮/୨୨ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଥାନାଧିକାରୀ ଫନୀନ୍ଦ୍ର ଭୂଷଣ ନାୟକ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *