ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ କରିନଥିବା ଯାନବାହାନଗୁଡିକ ହେବ ଯାଞ୍ଚ

ଭୁବନେଶ୍ୱର : ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ କରିନଥିବା ଯାନବାହାନଗୁଡିକ ହେବ ଯାଞ୍ଚ । ଅକ୍ଟୋବର ୧ ରୁ ହେବ କଡାକଡି ଯାଞ୍ଚ । ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି । ଏପ୍ରିଲ ୦୧, ୨୦୧୯ ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଗାଡ଼ିଗୁଡ଼ିକ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ ନଲଗେଇଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ୫ ହଜାରରୁ ୧୦ ହଜାର ଟଙ୍କାର ଜୋରିମାନା ମଧ୍ୟ ଆଦାୟ କରାଯିବ ।

ଚଳିତ ମାସ ୩୦ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି କରାଯାଇ ଏପ୍ରିଲ ୦୧, ୨୦୧୯ ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଗାଡ଼ିଗୁଡ଼ିଙ୍କୁ ହାଇ ସିକ୍ୟୁରିଟୀ ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ ଲଗେଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ତେବେ ଏହାର ଅବଧି ସରିବା ପରେ ଆସନ୍ତା ମାସ ୧ ରୁ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ । ହାଇ ସିକ୍ୟୁରିଟୀ ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ ଲଗେଇଲେ ଗାଡ଼ି ଚୋର ସହଜରେ ଗାଡ଼ି ଚୋରି କରିପାରିବେ ନାହିଁ କିମ୍ବା ଚୋରି କରିଥିବା ଗାଡ଼ିର ନମ୍ବର ପ୍ଲେଟ ବଦଳେଇ ପାରିବେ ନାହିଁ । ଯାହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ।

Leave a Reply

Your email address will not be published. Required fields are marked *