ବାସୁଦେବପୁର : ବାସୁଦେବପୁର ପୌରପରିଷଦ ଅନ୍ତର୍ଗତ ୧୧ ନଂ ୱାର୍ଡର ଗ୍ରାମ ମଝିରେ ଥିବା ରାସ୍ତାକୁ ନେଇ ଗ୍ରାମବାସୀମାନେ ଅନେକ ଥର ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକଙ୍କୁ ଦାବି କରିଛନ୍ତି । ଏବେ ଥିବା ରାସ୍ତାଟି କିଛି ବ୍ୟକ୍ତିଙ୍କ ନିଜସ୍ଵ ଜମିରେ ଥିବାରୁ ସରକାରୀ ରାସ୍ତା କାମ ହୋଇପାରୁନାହିଁ । ଫଳରେ ବର୍ଷା ଦିନ କାଦୁଆ ରାସ୍ତାରେ ଜନ ସାଧାରଣ ନାନା ପ୍ରକାର ଅସୁବିଧା ଭୋଗ କରୁଛନ୍ତି । ପ୍ରଥମ ଜନ ଶୁଣାଣି ଶିବିରରେ ଗ୍ରାମବାସୀ ଅଭିଯୋଗ କରିଥିଲେ । କିନ୍ତୁ କିଛି ଫଳ ମିଳିନଥିଲା । ଦ୍ୱିତୀୟ ଜନ ଶୁଣାଣି ଶିବିରରେ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ନିକଟରେ ପୁନର୍ବାର ଅଭିଯୋଗ କରିଛନ୍ତି । ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳରାମ ନିର୍ଦ୍ଦେଶ ଦେଇଛନ୍ତି ।
