ଶିକ୍ଷକଙ୍କ ନିର୍ଦ୍ଦେଶରେ ସରପଞ୍ଚ ନିସ୍ତୁକ ପିଟିଲେ ମୋତେ : ସୋର ବିଇଓ

ସୋର: ସୋର ବ୍ଲକ ତେଣ୍ଟେଇ ପଞ୍ଚାୟତରେ ସହକାରୀ ଶିକ୍ଷକ ବିଜୟ ବିଶ୍ୱାଳଙ୍କୁ ଗତ ୮ ତାରିଖ ଦିନ ସୋର ବ୍ଲକ ନୂଆପୁର ଦହିପୁର ସ୍କୁଲକୁ ବଦଳି କରାଯାଇଥିଲା । ବଦଳି ପରେ ସ୍କୁଲ ନଛାଡି ଶିକ୍ଷକ ଜଣକ କିଛି ପିଲାଙ୍କୁ ଆଜି ସ୍କୁଲ ସମ୍ମୁଖରେ ଧାରଣାରେ ବସାଇଥିବା ଅଭିଯୋଗ ହୋଇଥିଲା । ତେବେ ଆଜି ସୋର ବ୍ଲକ କାର୍ଯ୍ୟାଳୟରେ ମିଳିତ ଜନଶୁଣାଣୀ ସିବିର ହେଉଥିବା ବେଳେ ସେଠାକୁ ଆସିଥିବା ସୋର ବିଇଓ ସୁଧାଂଶୁ ଶେଖର ଜେନାଙ୍କୁ ତେଣ୍ଟେଇ ପଞ୍ଚାୟତର ସରପଞ୍ଚ ଓ କିଛି ଲୋକ ଶିକ୍ଷକ ବିଜୟଙ୍କ ପ୍ରରୋଚନାରେ ମାଡ ମାରିବା ସହ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ । ଏଥିରେ ବିଇଓ ସୁଧାଂଶୁ ଗୁରୁତ୍ତର ହୋଇଥିବା ବେଳେ ତାଙ୍କ ମୁଣ୍ଡରେ ଗଭିର ଆଘାତ ଲାଗିବା ସହ ତାଙ୍କ ହାତ ଏବଂ ପିଠିରେ ଗଭିର ଆଘାତ ଲାଗିଛି । ତେବେ ବିଇଓଙ୍କୁ ଆକ୍ରମଣ ସମୟରେ ସୋର ମୁନିସପାଲିଟି ଆଧିକାରୀ ଓ ଡିଇଓ ବାଲେଶ୍ୱରଙ୍କ ସମେତ ବହୁ ସରକାରୀ କର୍ମଚାରୀ ଓ ସାଧରଣ ଲୋକ ଉପସ୍ଥିତ ଥିଲେ । ଖବରପାଇ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟ୍ୟାନ କରୁଥିବାବେଳେ, ସୋର ଥାନା ଅଧିକାରିଣୀ ସୁଜାତା ଖମାରି କହିଛନ୍ତି ଅଦ୍ୟାବଧି ଅଭିଯୋଗ ହୋଇନି ଅଭିଯୋଗ ପରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ।

Leave a Reply

Your email address will not be published. Required fields are marked *