ବରୁଣସିଙ୍ଗ : ବାଲେଶ୍ୱର ଜିଲ୍ଲା ବରୁଣସିଙ୍ଗ ଅଂଚଳର ବିଜୟ ଜେନା । ୨୦୧୮ ମସିହାରେ ଏକ ରାସ୍ତା ଦୁର୍ଘଟଣାରେ ନିଜର ମେରୁଦଣ୍ଡରେ ଆଘାତ ଯୋଗୁଁ ଶଯ୍ୟାଶାୟୀ ହୋଇ ଲୋକଙ୍କ ସାହାଯ୍ୟର ଚିକିତ୍ସା ହେଉଥିଲେ । ଗରିବ ଘରର ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ଠୁ ଆରମ୍ଭ କରି ସମସ୍ତଙ୍କ ପାଖରେ ଗୁହାରି କରିଥିଲେ ସୁଦ୍ଧା କେହି ଶୁଣିନଥଲେ ବିଜୟଙ୍କ କଥା । ଏପରିକି ଘର ଖଣ୍ଡିଏ ବି ମିଳିନାହିଁ ତାଙ୍କୁ । ଏପରି ସାଢେ ଚାରିବର୍ଷ ଯନ୍ତ୍ରଣାରେ ଘାଣ୍ଟି ହେବା ଯୋଗୁଁ ଶେଷରେ ଅଗଷ୍ଟ ମାସରେ ଟ୍ୱିଟ କରି ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କୁ ଇଛା ମୃତ୍ୟୁ ପାଇଁ ନିବେଦନ କରିଥିଲେ ।
ଚିକିତ୍ସା ପାଇଁ ଅନେକ ଥର ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ । କୌଣସି ସହାୟତା ମିଳିନଥିଲା । ଶେଷରେ ବିଷ ପାନ କରି ଆତ୍ମହତ୍ୟା କରିଛନ୍ତି । ତାଙ୍କର ଛାତିପାଖରୁ ଗୋଡ ପର୍ଯ୍ୟନ୍ତ କୌଣସି ଅଙ୍ଗପ୍ରତ୍ୟଙ୍ଗ ଠିକ ଭାବରେ କାମ କରୁନଥିଲା । ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା କିରିନଥିଲା ।
ଏନେଇ ସେ ଜିଲ୍ଲା ପ୍ରଶାସନ ଠୁ ଆରମ୍ଭ କରି ସ୍ଥାନୀୟ ନେତୃବୃନ୍ଦ ସମସ୍ତଙ୍କ ନିକଟରେ ଗୁହାରି କରିଥିଲେ । ମାତ୍ର କାହା ଠାରୁ ତାଙ୍କୁ ସହାୟତା ମିଳିନଥିଲା । ପରିବାରର ଆର୍ଥିକ ଅବସ୍ଥା ଶୋଚନୀୟ ଥିଲ । ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡେ ବି ନାହିଁ ।
କେହି ନ ଶୁଣିବାରୁ ବିଜୟ ଏକ ସାର ଦୋକାନରୁ ବିଷ କିଣି ପିଇ ଦେଇଥିବା ଜଣାପଡିଛି । ଏହାର ଏକ ଭିଡିଓ କରି ସଙ୍ଗସାଥୀଙ୍କୁ ଜଣାଇବା ପରେ ମୁର୍ମୁଷ ଅବସ୍ଥାରେ ଘର ଲୋକେ ଆଣି ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ଖାନାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ପୂର୍ବରୁ ଶଯ୍ୟାଶାୟୀ ହୋଇ ୪ ବର୍ଷ ହେଲା ବିଛଣାରେ ପଡିଥିଲେ ।
