ଓଡିଶାରୁ ପଶ୍ଚିମବଙ୍ଗକୁ ଚାଲାଣ ବେଳେ ଧରାପଡିଲା ପିକ୍‌ଅପ୍‌ ଭ୍ୟାନ୍‌, ୧୮ ଗୋରୁ ଉଦ୍ଧାର

ଜଳେଶ୍ୱର : ଗୋରୁ ଭର୍ତ୍ତି ପିକ୍‌ଅପ୍‌ ଭ୍ୟାନ୍‌ ଜବତ । ୧୮ ଗୋରୁ ଉଦ୍ଧାର । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ରାଜଘାଟ ଠାରେ ଜବତ ହୋଇଛି ଗାଡି । ଓଡିଶାରୁ ପଶ୍ଚିମବଙ୍ଗକୁ ଚାଲାଣ ବେଳେ ଧରାପଡିଲା ପିକ୍‌ଅପ୍‌ ଭ୍ୟାନ୍‌ ।

ଖବର ଅନୁଯାୟୀ, ଜଳେଶ୍ୱର ୬୦ ନଂ ଜାତୀୟ ରାଜପଥ ଦେଇ ପ୍ରତ୍ୟେକ ଦିନ ଶହ ଶହ ଗୋରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଛି । ସବୁ ଜାଣି ବି ନିଦା ବିଷ୍ଣୁ ସାଜିଛି ସ୍ଥାନୀୟ ପୋଲିସ । ଏହି କ୍ରମରେ ରାଜଘାଟ ନାକା ପଏଣ୍ଟ ନିକଟରେ ଏକ ପଥର ବୋଝେଇ ଡମ୍ପରକୁ ଯାଞ୍ଚ ଚାଲିଥିଲା । ଏହି ସମୟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଓଡିଶାରୁ ପଶ୍ଚିମବଙ୍ଗ ଗୋରୁ ନେଇ ଯାଉଥିଲା । ଗାଡିଟି ଦ୍ରୁତ ଗତିରେ ଆସି ପୋଲିସ ଯାଞ୍ଚ କରୁଥିବା ଡମ୍ଫରକୁ ଧକ୍କା ଦେଇଥିଲା । ଅଳ୍ପକେ ବର୍ତ୍ତିଯାଇଥିଲେ ପୋଲିସ ଓ ଡମ୍ଫର ଡ୍ରାଇବର । ସେପଟେ ଘଟଣାସ୍ଥଳରୁ ପିକ୍‌ଅପ୍‌ ଭ୍ୟାନ୍‌ ଡ୍ରାଇଭର ଫେରାର ହେବାରେ ସକ୍ଷମ ହୋଇଥିଲା । ପୋଲିସ ପିକ୍‌ଅପ୍‌ ଭ୍ୟାନ୍‌ ଓ ପଥର ବୋଝେଇ ଡମ୍ଫରକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *