ବାଲିଆପାଳ : ବାଲିଆପାଳ ବ୍ଲକ ଅନ୍ତର୍ଗତ ସାଉଡ଼ି ପଞ୍ଚାୟତର ୫ ନଂ ୱାର୍ଡର ଗଭୀର ନଳକୂପ ବସିବାରେ ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ ପାଇଁ ବିବାଦ ଧୀରେ ଧୀରେ ବଢ଼ିବାରେ ଲଗିଛି । ପୂର୍ବ ନିର୍ଦ୍ଧାରିତ ସରକାରୀ ସ୍ଥାନରେ ନଳକୂପ ବସାଇବାକୁ ଦାବି କରି ଗ୍ରାମବାସୀ ଶୁକ୍ରବାର ବିଡିଓ ଦାୟିତ୍ୱରେ ଥିବା ବାଲିଆପାଳ ତହସିଲଦାର ଦୀପକ କୁମାର ଦାଶଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସରପଞ୍ଚଙ୍କ ପକ୍ଷରୁ ନଳକୂପ ବସିବା ପାଇଁ ଦେବାଶିଷ ପଟ୍ଟାୟତଙ୍କ ଘର ପାଖରେ ସ୍ଥିର ହୋଇଥିବା ସ୍ଥାନରେ ନଳକୂପ ନବସାଇ ସାଉଡ଼ି ସରପଞ୍ଚ ଧରଣୀ ଧର ମଲ୍ଲିକ ନିଜର ସମର୍ଥକ ନିରଞ୍ଜନ ପଟ୍ଟାୟତଙ୍କ ବାଡିରେ ଘରୋଇ ଜାଗାରେ ନଳକୂପ ବସାଇବା ଆରମ୍ଭ କରିଛନ୍ତି । ଏଥିପାଇଁ ଗ୍ରାମର ଅଧିକାଂଶ ଲୋକେ ବିରୋଧକାରି ଶ୍ରୀ ଦାସଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି ପୂର୍ବ ନିର୍ଦ୍ଧାରିତ ସରକାରୀ ସ୍ଥାନରେ ନଳକୂପ ବସାନଯାଏ ତା’ହେଲେ ଆନ୍ଦୋଳନ କରିବାର ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।
