ବାଲେଶ୍ୱର : ତ୍ରିକୋଣୀୟ ପ୍ରେମ ପାଇଁ ଆତ୍ମହତ୍ୟା କଲେ ଦଶମ ଶ୍ରେଣୀ ଛାତ୍ର । ବାଲେଶ୍ବର ସହରର ସିଦ୍ଧି ବିନାୟକ ସ୍କୁଲର ଦଶମ ଶ୍ରେଣୀ ଛାତ୍ର ସୁରଜ କୁମାର ଗୁପ୍ତା ମଙ୍ଗଳବାର ରେଳ ଧାରଣାରେ ଆତ୍ମହତ୍ୟା କରିଛି । ଆଉ ତାଙ୍କ ପରିବାର ଲୋକେ ଏଥିପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ଏହାସହ ବିଦ୍ୟାଳୟ ଆଗରେ ଶବ ରଖି ଧାରଣା ଆଉ ପ୍ରତିବାଦ କରିଛନ୍ତି । ବୁଧବାର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏହାର ଖୁଲାସା କରିଛନ୍ତି ।
ଖବର ଅନୁସାରେ, ଦଶମ ଶ୍ରେଣୀର ଦୁଇ ଛାତ୍ର ଜଣେ ଛାତ୍ରୀକୁ ଭଲ ପାଉଥିଲେ । ଏଥିପାଇଁ ମୃତ ସୁରଜ ଓ ଅନ୍ୟ ଜଣେ ଛାତ୍ର ଗତ ସପ୍ତାହରେ ମାଡପିଟ୍ ହୋଇଥିଲେ । ଏକଥା ମୃତ ଛାତ୍ରଙ୍କ ବାପା ବି ଜାଣିଥିଲେ । ଗୁରୁ ଦିବସ ଦିନ ମୃତ ଛାତ୍ର ସ୍କୁଲକୁ ଆସି ଘରକୁ ଫେରିଥିଲା । ମଙ୍ଗଳବାର ସେ ସ୍କୁଲ ନଆସି ଘରୁ ସିଧା ଟ୍ରେନ ଲାଇନକୁ ଯାଇ ଆତ୍ମହତ୍ୟା କରିଛି । ଫଳରେ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି ।
