ମେଷ : ଈପ୍ସିତ ଦ୍ରବ୍ୟପ୍ରାପ୍ତିର ସୂଚନା ମିଳୁଛି । ଆନନ୍ଦ ଉତ୍ସବ ଲାଗିରହିବ । ସରକାରୀ ଅନୁଦାନ ମିଳିପାରେ । କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ । ଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ। ବହୁବିଧ ଧନପ୍ରାପ୍ତ ହେବେ ।
ବୃଷ : କର୍ମକୁଶଳତା ପ୍ରକାଶ ପାଇବ । ବ୍ୟବସାୟ ଲାଭଜନକ ହେବ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ବିବାଦୀୟ ଘଟଣାରେ ବିଜୟୀ ହେବେ ।
ମିଥୁନ : ଧୈର୍ଯ୍ୟ ଓ ସାହସର ସହିତ ଆଶୁ ବିପଦର ମୁକାବିଲା କରିପାରନ୍ତି । ଦିବ୍ୟ ଚେତନାରେ ଉଦ୍ବୁଦ୍ଧ ହୋଇପାରନ୍ତି । ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ । ଶୁଭକାର୍ଯ୍ୟ ବର୍ଜନୀୟ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ ।
କର୍କଟ : ଠାକୁରଙ୍କ ନିକଟରେ ପ୍ରେମଭକ୍ତି ନିବେଦନ କରିପାରନ୍ତି । ସମାଜସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି । ଦିନ ଭିତରେ ଯାହା ଘଟଣା ଘଟିବ; ତାହା ସୁଖବୋଧ ହେବ ।
ସିଂହ : ଋଣ ପରିଶୋଧ ପାଇଁ ଆଶ୍ବାସନା ମିଳିବ । ଶତ୍ରୁ ଦମନ କରିପାରନ୍ତି । ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ । ଜୀବନ ସମର୍ପିତ ହେବ । ସଦ୍ଗୁଣ ସମ୍ପନ୍ନ ହେବେ ।
କନ୍ୟା : କୃଚ୍ଛ୍ର ସାଧନା ବଳରେ ଦିବ୍ୟ ଶକ୍ତିସମ୍ପନ୍ନ ହେବେ । ଅଧ୍ୟୟନ ଲବ୍ଧ ଜ୍ଞାନକୁ ବିତରଣ କରି ମହାନତା ସମ୍ପନ୍ନ ହେବେ । ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଦାମ୍ପତ୍ୟ ଜୀବନ କୁସୁମିତ ହେବ ।
ତୁଳା : ଦିନର ଅଧିକାଂଶ ସମୟ କୃଷିକର୍ମରେ ବିନିଯୋଗ କରିପାରନ୍ତି । ପରିଶ୍ରମ କଠିନ ହୋଇପାରେ; ମାତ୍ର ତା’ର ମୂଲ୍ୟ ମିଳିବ । ଯାନବାହନ ସୁଖ ମିଳିବ । ଗୃହ ପରିବେଶ ଉତ୍ତମ ମାନର ହେବ । ସତ୍ୟପ୍ରତିଜ୍ଞ ହେବେ ।
ବିଛା : ସତ୍ୟ ବାଦ୍ୟୋ ଦୃଢ଼ ବ୍ରତ ଆଚରଣ କରିପାରନ୍ତି । କର୍ମତତ୍ପର ହେବେ । ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଅନ୍ୟକୁ ସୁଖ ଦେଇ ନିଜେ ସୁଖ ପାଇବେ । ସରକାରୀ ଅର୍ଥ ମିଳିବ ।
ଧନୁ : ବିଭିନ୍ନ ଉପାୟରେ ଧନ ଅର୍ଜନ କରି ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରନ୍ତି । ନୀତିନିଷ୍ଠ ହେବେ। ମତିମାନ୍ ହୋଇପାରନ୍ତି । କୀର୍ତ୍ତିମାନ ହେବେ । ତ୍ୟାଗଶୀଳ ହୋଇପାରନ୍ତି । ମାନବବାଦର ଚେତନାକୁ ଗ୍ରହଣ କରିବେ ।
ମକର : ଈଶ୍ବର ଭକ୍ତିରେ ଦିବ୍ୟଶକ୍ତି ସମ୍ପନ୍ନ ହୋଇପାରନ୍ତି । ଭଲ ଆୟ ହେବ । ବନ୍ଧୁ ବା ସରକାରଙ୍କ ଦ୍ବାରା ଲାଭବାନ ହେବେ । ପ୍ରୀତିଭୋଜନରେ ଆପ୍ୟାୟିତ ହେବେ । ଚିନ୍ତାଧାରା ଉନ୍ନତ ମାନର ହେବ ।
କୁମ୍ଭ : ସମ୍ବେଦନା ସହିତ ଯୋଡ଼ି ହେବାରେ ସେବାର ମହତ୍ତ୍ବ ଉପଲବ୍ଧ ହେବ । ଭକ୍ତି ତତ୍ତ୍ବରେ ଅଭିମନ୍ତ୍ରିତ ହୋଇପାରନ୍ତି । ଧୀ’ଶକ୍ତି ସମ୍ପନ୍ନ ହେବେ । ଚଞ୍ଚଳ ସ୍ବଭାବର ହେବେ । ଅତିଥି ସେବାରେ ଧନ ବ୍ୟୟ ହେବ ।
ମୀନ : ଜ୍ଞାନପିପାସୁ ହେବେ । ଅନ୍ୟର ମଙ୍ଗଳ କାମନା କରିପାରନ୍ତି । ଦିନଟି ମଙ୍ଗଳମୟ ହେବ । ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ମିଳିବ । ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । କାର୍ଯ୍ୟରେ ସଫଳ ହେବେ ।
