ଇଞ୍ଜିନିୟରିଂ ଛାତ୍ରୀଙ୍କୁ ୩ ଲକ୍ଷ ଟଙ୍କାରେ ବିକ୍ରି ଅଭିଯୋଗ

ବୌଦ୍ଧ : ଛାତ୍ରୀଙ୍କୁ ୩ ଲକ୍ଷ ଟଙ୍କାରେ ବିକ୍ରି ଅଭିଯୋଗ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ । ବୌଦ୍ଧ ମନମୁଣ୍ଡା ଥାନା ଅଂଚଳ ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ୩ ଲକ୍ଷ ଟଙ୍କାରେ ବିକ୍ରି ଅଭିଯୋଗ । ମନମୁଣ୍ଡା ଥାନା ଅଂଚଳର ଜଣେ ଯୁବତୀ ମେ ୪ ତାରିଖରେ କାମ ଖୋଜିବାକୁ ଝାରସୁଗୁଡା ଯାଇଥିବା ବେଳେ ସେଠାରେ ପୂର୍ବରୁ ପରିଚିତ ଖଲିଆପାଲି ଗାଁର ଗଣେଶ କୁମ୍ଭାର ଘରକୁ ବୁଲାଇ ନେବାକୁ କହି ଗାଡିରେ ନେଇଯାଇଥିଲେ । ସେଠାରେ ତାଙ୍କୁ ବେହୋସ କରି ମଧ୍ୟପ୍ରଦେଶରେ ସମ୍ପର୍କୀୟ ନାନୀ ସହ ଯୋଗାଯୋଗ କରି ଗୁନାସହରର ଯଶୋବନ୍ତ ସିଂ ଘରକୁ ନେଇ ଜୋରଜବରଦସ୍ତ ବିବାହ କରିରଇଦେଇଥିଲା ।

ଯୁବତୀ ଜଣକ ନେହୁରା ହେଇଥିଲେ ବି ଜୋରଜବରଦସ୍ତ କିଛି କାଗଜରେ ତାଙ୍କର ଦସ୍ତଖତ କରିନେଇଥିଲେ । ଯୁବତୀ ଜଣଙ୍କୁ ଅଭିଯୁକ୍ତ ଯଶୋବନ୍ତ ଶାରୀରିକ ଶୋଷଣ କରିଥିବା ସେ ଅଭିଯୋଗ କରିଛନ୍ତି । କୌଣସି ପ୍ରକାରରେ ଯୁବତୀ ଜଣକ ସେଠାରୁ ଲୁଚି ପଳେଇ ଆସିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି । ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତକୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *