ମୋରମ ଖାଦାନ ପୋଖରୀରେ ବୁଡି ନାବାଳକ ମୃତ

ଵଣାଇ : ବଣାଇ ଥାନା କେନ୍ଦ୍ରିକଳା ପଞ୍ଚାୟତ ଅନ୍ତର୍ଗତ ବାବୁ ନୁଆଗାଁରେ ଆଜି ସକାଳୁ ଏକ ଦୁଃଖ ଦାୟକ ଘଟଣା ଘଟିଯାଇଛି ।

ସୂଚନା ଅନୁସାରେ ଗ୍ରାମର ପାର୍ଥବ ପାତ୍ରଙ୍କ ପାଞ୍ଚ ବର୍ଷର ଶିଶୁପୁତ୍ର ଲିକାଶ ପାତ୍ର ଗ୍ରାମ ନିକଟରେ ଥିବା ପଡିଆକୁ ଶୌଚ ହେବାକୁ ଯାଇଥିଲା । ଶୌଚ ପରେ ପାଖରେ ଥିବା ଏକ ମୁରୁମ ଖାଦାନକୁ ଧୋଇ ହେବାକୁ ଯାଇଥିବା ବେଳେ ଗୋଡ଼ ଖସି ଯିବାରୁ ଗଭୀର ଜଳ ଥିବା ପରିତ୍ୟକ୍ତ ଖାଦାନରେ ବାଳକଟି ବୁଡି ଯାଇଥିଲା । ଅନେକ ସମୟ ପର୍ଯ୍ୟନ୍ତ ଶିଶୁଟି ଘରକୁ ନଫେରିବାରୁ ଘର ଲୋକଙ୍କ ସହିତ ସ୍ଥାନୀୟ କିଛି ଲୋକ ଖୋଜାଖୋଜି କରିବା ପରେ ଖାଦାନ ପୋଖରୀରେ ଶିଶୁ ଭାସୁଥିବା ଦେଖିବା ପରେ ଉକ୍ତ ଶିଶୁକୁ ଉଦ୍ଧାର କରି ବଣାଇ ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ସେଠାରେ ବାଳକକୁ ମୃତ ଘୋଷଣା କରିଥିଲେ ।

ପରେ ଖବରପାଇ ଵଣାଇ ଥାନା ଅଧିକାରୀ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ନିମନ୍ତେ ପଠାଇବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛ ।ଏହି ଘଟଣାକୁ ନେଇ ବାବୁ ନୂଆଗାଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ଥାନୀୟ ସରପଞ୍ଚ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଶୋକ ସନ୍ତକ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇଦେବା ସହ ସାନ୍ତ୍ବନା ଦେଇଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *