ଘଟ କର୍ପୁର ଦାଶ ସ୍ମାରକୀ କବାଡି ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଵଣାଇ : ଲହୁଣୀପଡ଼ା ବ୍ଲକ୍ ଖୁଣ୍ଟ ଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଧୂଡି ଗ୍ରାମରେ ଗତ ଦୁଇଦିନ ଧରି ଚାଲିଥିବା କବାଡି ଟୁର୍ଣ୍ଣାମେଣ୍ଟ ଗତକାଲି ସନ୍ଧ୍ୟାରେ ମହାସମାରୋହରେ ଉଦଯାପିତ ହୋଇଯାଇଛି ।

ଦୁଇ ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ଆଖପାଖ ଅଞ୍ଚଳରୁ ୩୨ଟି ଦଳ ଭାଗନେଇ ନିଜ ନିଜର ଖେଳ ପ୍ରଦର୍ଶନ କରିଥିଲେ । ଶେଷ ପର୍ଯ୍ୟାୟ ଫାଇନାଲ ଖେଳରେ ବଡ଼ଗାଁ ଦଳ ଧୂଡି ଦଳକୁ ୧୮-୧୦ ପଏଣ୍ଟରେ ପରାସ୍ତ କରି ବଡ଼ଗାଁ ଦଳ ଚମ୍ପିୟାନ ହେବାର ସୈାଭାଗ୍ୟ ଅର୍ଜନ କରିଥିଲା ।


ବ୍ୟୋମକେଶ ଦାସଙ୍କ ଦ୍ଵାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଖୁଣ୍ଟ ଗାଁ ସରପଞ୍ଚ ସୁମିତ୍ରା ଚାର୍ଦିଆ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ମହୁଲଡିହା ଫରେଷ୍ଟର ଡେରୁଳା ନନ୍ଦ ଗଡ଼ନାୟକ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହିତ ଖେଳ ପ୍ରତି ଆଗ୍ରହ ରଖି ଆଗାମୀ ଦିନରେ ଅଞ୍ଚଳର ନାଁ ରଖିବାକୁ ନିଜ ନିଜର ବକ୍ତବ୍ୟ ରଖିଥିଲେ ଏବଂ ପରବର୍ତ୍ତୀ ସମୟରେ ବିଜେତା ଓ ଉପବିଜେତା ଦଳକୁ ମୁଖ୍ୟ ଅତିଥି ଟ୍ରଫି ସହିତ ପୁରସ୍କାର ରାଶି ପ୍ରଦାନ କରିଥିଲେ ।

ଏହି ଟୁର୍ଣ୍ଣାମେଣ୍ଟରେ ଖେଳ ରେଫରି ଭାବେ ବିଜୟ କୁମାର ପ୍ରଧାନ, ମୋତିଲାଲ ପେଣ୍ଠେଇ, ଯୋଗେଶ୍ୱର ମାହାନ୍ତ, ଜତିରଞ୍ଜନ କିସାନ ପ୍ରମୁଖ ଖେଳ ପରିଚାଳନା କରିଥିବାବେଳେ, ନେହେରୁ ଯୁବକ ସଂଘର କିରଣ ନାୟକ, ଆକାଶ ମାଝୀ, ସମୀର ନାୟକ, ଲିଙ୍ଗରାଜ କୁମୁରା, ହରେକୃଷ୍ଣ ନାୟକଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହାୟତା ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *