ଛେପ ପକାଇ ଚଁ ଚଁ କରି ଚାଟିଲେ ଦାମ ଛି ଛି ଛି

ଭୁବନେଶ୍ବର : ବର୍ତ୍ତମାନ ଅଇଁଠା ଚଟା ରୁତୁ ଚାଲିଥିଲା ବେଳେ ବିଭିନ୍ନ ନେତା ମାନେ ଅଇଁଠା ଚାଟିବାପାଇଁ ବ୍ୟାକୁଳ ହୋଇଛନ୍ତି ସେ ତାଲିକାରେ କୁହାଳିଆ ଗାଲୁଆ ନେତାର ପରିଚୟ ପାଇଥିବା ଦାମବାବୁଙ୍କ ନାମ ଏବେ ଯୋଡି ଯାଇଛି ା ଟିକେ ଦେଖନ୍ତୁ ଦାମଙ୍କର ବିଜେପିରେ ମିଶିବା ପୁର୍ବର ମନ୍ତବ୍ୟ ା

 

ଧର୍ମେନ୍ଦ୍ର ଯେଉଁଠୁ ଲଢିବେ ମୁଁ ସେଇଠୁ ପ୍ରାର୍ଥୀ ହେବି ଓଡିଶାରେ ବିଜେପିର ଚୁଲି ନାହିଁ ଚାଳ ନାହିଁ । ଧର୍ମେନ୍ଦ୍ରଙ୍କୁ କଟାକ୍ଷ କରି ଦାମ କହିଥିଲେ, ତୋର ତ ଗାଁରେ ତତେ ଭୋଟ ଦେବେନି । ୨୫ ହଜାର ଭୋଟରେ ହାରି କି ପଳେଇଲୁ, ହିନ୍ଦୀ ଭଲ କହୁ ବୋଲି ବିହାରରୁ ରାଜ୍ୟସଭା ଯାଇଛୁ । ଏଥର ଆଗ ୱାର୍ଡମେମ୍ବର ହେଉ ତାପରେ ମୁଖ୍ୟମନ୍ତ୍ରୀ ହେବୁ । ମୁଁ ତ ଘୋଷଣା କଲିଣି ଧର୍ମେନ୍ଦ୍ର ପ୍ରଧାନ ଯେଉଁଠି ଛିଡା ହେବ ମୁୁଁ ସେଇଠୁ ନିର୍ବାଚନ ଲଢିବି ।
ନିମ୍ନ ମାନସିକତାର ବ୍ୟକ୍ତି ଧର୍ମେନ୍ଦ୍ର :
ମମତା ଓ ନବୀନଙ୍କ ଭେଟଘାଟକୁ ଚିଟଫଣ୍ଡ ଧର୍ମେନ୍ଦ୍ର ଯୋଡିବା ପରେ ଦାମଙ୍କ ଟାର୍ଗେଟ ରାଡାରକୁ ଆସିଥିଲେ କେନ୍ଦ୍ରମନ୍ତ୍ରୀ । ଦାମ କହିଥିଲେ, ଭାରତୀୟ ଜନତା ପାର୍ଟି ସତେ ଯେପରି ଗଙ୍ଗାଜଳ ଭଳି ପବିତ୍ର । ତାଙ୍କର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପରା କୋଇଲା ଚୋରି ଅଭିଯୋଗରେ ଜେଲ ଯାଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଯେଉଁ ପଦବୀରେ ରହିବା କଥା ନୁହେଁ ଦୈବାତ ସେହି ପଦବୀରେ ରହି ଯାଇଛନ୍ତି ।
ଓଡିଶାକୁ ଧ୍ୱଂସ କରିବାକୁ ଚାହୁଁଛନ୍ତି ମୋଦି:
ଗଣତନ୍ତ୍ରକୁ ଦଳତନ୍ତ୍ରରେ ପରିଣତ କରିବାକୁ ଚାହୁଁଛନ୍ତି ମୋଦି । ଇଚ୍ଛାକୃତ ଭାବରେ ଓଡିଶାବାସୀଙ୍କୁ ଧ୍ୱଂସ କରିବାକୁ ଚାହୁଁଛନ୍ତି ମୋଦି । ମହାନଦୀ ପ୍ରସଙ୍ଗରେ ମୋଦିଙ୍କୁ ଟାର୍ଗେଟ କରିଥିଲେ ଦାମ । ଏପରିକି ଜବାବରେ ବିଜେପି କହିଥିଲା, ମାନସିକ ଭାରସାମ୍ୟ ହରାଇଥିବାରୁ ଏଭଳି କହୁଛନ୍ତି ଦାମ ।
ଅମିତ ଶାହାଙ୍କ ପୁଅଙ୍କ ସମ୍ପତି କିଭଳି ବଢିଲା :
ଅମିତ ଶାହାଙ୍କ ପୁଅଙ୍କ ସମ୍ପତି ୧୬ ହଜାର ଗୁଣ ବଢିଲା କେମିତି । ବିମୁଦ୍ରାକରଣ ଓ କଳାଧନର ହିସାବ ଦିଅନ୍ତୁ କେନ୍ଦ୍ର ସରକାର । ୧୩୪ ଦେଶ ବୁଲିବା ପରେ କେତେ ଟଙ୍କା ଦେଶକୁ ପୁଞ୍ଜି ଆଣିଛନ୍ତି ତାହା ମୋଦି କୁହନ୍ତୁ ।

Leave a Reply

Your email address will not be published. Required fields are marked *