ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁନାହାନ୍ତି ଡାକ୍ତର, ରୋଗୀ ଦେଖୁଛନ୍ତି ଏଏନଏମ ଦିଦି

ଭଦ୍ରକ : ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁନାହାନ୍ତି ଡାକ୍ତର । ରୋଗୀ ଦେଖୁଛନ୍ତି ଏଏନଏମ ଦିଦି । ଭଦ୍ରକ ଧାମନଗର ବ୍ଲକ ନଦିଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଆସିଛି ଏଭଳି ଦୃଶ୍ୟ । ଡାକ୍ତରଖାନାକୁ ଡାକ୍ତର ଆସୁନଥିବାରୁ ରୋଗୀଙ୍କୁ ଦେଖୁଛନ୍ତି ଏଏନଏମ ଦିଦି ।

ଏନେଇ ପୂର୍ବତନ ସରପଞ୍ଚ, ସମିତି ସଭ୍ୟ ଓ ରୋଗୀମାନେ ଅଭିଯୋଗ କରିଛନ୍ତି । ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ପ୍ରାୟ ୩ଟି ପଞ୍ଚାୟତର ପ୍ରାୟ ୨୦ ହଜାର ଲୋକ ନିର୍ଭର କରୁଥିବାବେଳେ ଚିକିତ୍ସା ସେବା ମିଳୁନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରାୟ ୨୦ ବର୍ଷ ହେବ ଏଭଳି ସମସ୍ୟା ଲାଗି ରହିଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।

Leave a Reply

Your email address will not be published. Required fields are marked *