ଉଦଘାଟନ ପୂର୍ବରୁ ଧସିଲା ବିଜୁ ସେତୁର ପଥର ପ୍ୟାକିଙ୍ଗ୍, ଧୋଇଗଲା ବିଜୁ ସେତୁକୁ ସଂଯୋଗ କରୁଥିବା ରାସ୍ତା

କଟକ : ଉଦଘାଟନ ପୂର୍ବରୁ ଧସିଲା ବିଜୁ ସେତୁର ପଥର ପ୍ୟାକିଙ୍ଗ୍ । ଧୋଇଗଲା ବିଜୁ ସେତୁକୁ ସଂଯୋଗ କରୁଥିବା ରାସ୍ତା । କଟକ ନିଆଳି ବ୍ଳକ ଦେବୀ କନ୍ଦଳ ଦୀପାଞ୍ଚଳର ପଦାତିରା ଗାଁ ନିକଟ ଛିଣ୍ଡା ନଦୀ ଉପରେ ନବ ନିର୍ମିତ ବିଜୁ ସେତୁର ଭୁଶୁଡ଼ିଲା ପଥର ପ୍ୟାକିଙ୍ଗ । ବନ୍ୟା ପାଣି ଛାଡିବା ପରେ ସେତୁକୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାର୍ଶ୍ଵର ପଥର ପ୍ୟାକିଙ୍ଗ ସହ ମାଟି ଧସି ଯାଇଛି । ପୂର୍ବରୁ ନିର୍ମାଣଧୀନ ବ୍ରିଜର ପିଲାର ଦବି ଯାଇଥିବା ବେଳେ ଏବେ ଧସିଛି ସେତୁର ପଥର ପ୍ୟାକିଙ୍ଗ । ସେତୁରେ ନିମ୍ନମାନର କାମ ସହିତ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ପାଇଁ ଏପରି ବାରମ୍ବାର ଅଘଟଣ ଘଟୁଛି ବୋଲି କହିଛନ୍ତି ଗ୍ରାମବାସୀ । ତେବେ ଗ୍ରାମବାସୀ ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟା ପ୍ରତି ଅଧିକାରୀ ଦୃଷ୍ଟି ଦେଇନଥିବା ସାଧାରଣ ଜନତା ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *