ବଣାଇ : ସାରା ଦେଶରେ ସେପ୍ଟେମ୍ବର ୧ ତାରିଖକୁ ଚାଳକ ଦିବସ ରୂପେ ପାଳନ କରାଯାଉଥିବା ବେଳେ ବଣାଇ ବାବା ବାଣେଶ୍ୱର ବସଷ୍ଟାଣ୍ଡ ପରିସରରେ ଥିବା ଯାତ୍ରୀ ପ୍ରତୀକ୍ଷାଳୟରେ ମଧ୍ୟ ଆଜି ଵଣାଇ ଶାଖା ପକ୍ଷରୁ ଚାଳକ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ବଣାଇ ଶାଖା ଡ୍ରାଇଭର ମହାସଂଘ ପକ୍ଷରୁ ଡ୍ରାଇଭର ଦିବସ ପାଳିତ ହୋଇଯାଇଛି ।ଏଥିରେ ବଣାଇ ଡ୍ରାଇଭର ସଂଘର ସଭାପତି ରୁପଧର ପାତ୍ରଙ୍କର ଅଧ୍ୟକ୍ଷତାରେ ଵଣାଇର ସମସ୍ତ ଡ୍ରାଇଭରମାନଙ୍କୁ ନେଇ ଦିବସ ଉପଲକ୍ଷେ ଆନନ୍ଦ ଉଲ୍ଲାସ ମଧ୍ୟରେ ସର୍ବ ପ୍ରଥମେ କେକ୍ କାଟି ଖୁସି ମନାଇଥିଲେ । ତା’ ସହିତ ବଣାଇ ବ୍ଲକ୍ ର ବରିଷ୍ଠ ଡ୍ରାଇଭର ଭାଇମାନଙ୍କୁ ଓ ଵଣାଇର କାର୍ଯ୍ୟରତ ସମ୍ବାଦିକମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ ସମ୍ବର୍ଦ୍ଧନା କରିବା ସହିତ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଆଗାମୀ ଦିନରେ ସମସ୍ତ ଡ୍ରାଇଭରମାନଙ୍କୁ ନେଇ ନିଜ ନିଜ ଭିତରେ ମତଭେଦ ନରଖି, ସବୁଦିନ ପାଇଁ ଭାଇ ଭାଇର ସମ୍ପର୍କ ରଖି ଵଣାଇ ଚାଳକ ସଂଘକୁ ସୁଦୃଢ କରିବାକୁ ସମସ୍ତ ଚାଳକ ସଂକଳ୍ପ ନେଇଥିଲେ ।
