ବାଲିଆପାଳ : ଆଜି ଧରାବତରଣ କରିଛନ୍ତି ବୁଦ୍ଧିମାନ ବିଘ୍ନବିନାଶ ଗଜାନନ । ଦୁଇ ବର୍ଷ କରୁନା କଟକଣା ଥିବାରୁ ଗଣେଶ ପୂଜା ହୋଇନଥିବାରୁ ଆଜି ଗାଁ ଠାରୁ ଆରମ୍ଭ କରି ସହର ସବୁଆଡେ ଗଜାନନଙ୍କ ପୂଜା ଧୂମଧାମରେ ଅନୁଷ୍ଠିତ ହେଉଛି । ସ୍କୁଲ, କଲେଜ ସହିତ ଛକ ବଜାରରେ ମଧ୍ୟ ଗଣେଷଙ୍କୁ ପୂଜା କରୁଛନ୍ତି । ବାଲିଆପାଳ ବ୍ଲକ ପରିସରରେ, ବ୍ଲକ ଛକରେ, ବସଷ୍ଟାଣ୍ଡ, ଏସଆର ସ୍କୁଲ, କ୍ଳବ, ଏସଆର କଲେଜ ଇତ୍ୟାଦିରେ ବିଦ୍ୟାଦାତାଙ୍କୁ ବିଦ୍ୟାର୍ଥୀମାନେ ପୂଜା ଅର୍ଚନା କରୁଛନ୍ତି । ସ୍କୁଲ କଲେଜ ପିଲାମାନେ ନୂଆ ଡ୍ରେସ ସହିତ ହାତରେ ମେହେନ୍ଦି ଲଗାଇ ବୁଦ୍ଧିମାନ ଗଣେଷଙ୍କ ପାଖରେ ଗୁହାରି କରୁଛନ୍ତି ଗଜାନନ ଜୀ ଆପଣଙ୍କ ବୁଧି ଆମକୁ ଦିଅନ୍ତୁ । ମାଇକ ଓ ଡିଜେରେ ପୂରପଲ୍ଲୀ ଠାରୁ ସହର ପ୍ରଯ୍ୟନ୍ତ ଗଣେଷ ପୂଜା ପାଇଁ ପ୍ରସ୍ତୁତି ଚାଲିଥିବା ସହିତ କେତେକ ସ୍ଥାନରେ ପୂଜା ଅର୍ଚନା ଚାଲିଛି ।
