ସିମୁଳିଆ : ଶଶୀଙ୍କ ମିଶିବା ପରେ ପଦ୍ମଲୋଚନ ପଣ୍ଡାଙ୍କ ଚିନ୍ତା ସରିଗଲା ହେଲେ ଜ୍ଯୋତିଙ୍କ ଚିନ୍ତା ବଡିଗଲା । ବିଜେପିରେ ପଦ୍ମଲୋଚନଙ୍କ ପାଇଁ କାଳଥିଲେ ବିଜେଡିରେ ଶଶି ଜ୍ଯୋତିଙ୍କ ପାଇଁ କାଳ ହେଲେ । ଆଗାମି ଦିନରେ ବିଜେଡିର ବିଧ୍ଯାୟକ ପ୍ରାର୍ଥୀ ଶଶି ଥୟ ହୋଇଥିବା ଜାଣିବାକୁ ମିଳୁଥିବା ବେଳେ ଜ୍ଯୋତି ମୁଣ୍ଡରେ ହାତ ଦେଇ ବଶିଲେଣି । ଯାହାକୁ ନେଇ କାନ୍ଦୁଛି ଜ୍ଯୋତି ହସୁଛି ଶଶି ।
ଖଇରା ସିମୁଳିଆ ନିର୍ବାଚନ ମଣ୍ଡଳିର ଭାରତୀୟ ଜନତା ପାର୍ଟିରୁ ବିଧାୟକ ଟିକଟ ପାଇ ନିର୍ବାଚନ ଲଡି ମାତ୍ର ଅଳ୍ପ ସଂଖ୍ୟା ଭୋଟ ବ୍ୟବଧାନରେ ବିଧ୍ୟାୟକରୁ ବଞ୍ଚିତ ହୋଇଥିଲେ । ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ପଦ୍ମ ଲୋଚନ ପଣ୍ଡା ଗତ କିଛି ଦିନ ତଳେ କଂଗ୍ରେସର ହାତ ଛାଡି ବିଜେପିରେ ମିଶି ଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିଧ୍ୟାୟକ ଟିକଟକୁ ନେଇ ଛକା ପଞ୍ଜା ଆରମ୍ଭ ହୋଇଥିଲେ ବେଳେ ଶଶୀ କୁମାର ସାହୁ ଆଜି କୁପାରି ପଢିଆରେ ବିଦ୍ଧି ବଦ୍ଧ ଭାବରେ ପାଖାପାଖି ୩୦,୦୦ହଜାରରୁ ଉର୍ଦ୍ଦ ସମର୍ଥକଙ୍କ ସାମ୍ନାରେ ବିଜୁ ଜନତା ଦଳରେ ଯୋଗଦାନ କରି କହିଥିଲ । ଅଗଣତାନ୍ତ୍ରିକ, ଏକଛତ୍ରବାଦୀ ଓ ବିଶୃଙ୍ଖଳିତ ଆଚରଣର ଜର୍ଜରୀତ ହୋଇ ବିଜେପି ଦଳ ଛାଡିଲେ ବୋଲି । ୨୦୧୯ ନିର୍ବାଚନରେ ବିଜେପି ଦଳର ଓକାତ ଦେଖାଇ ଦେବେ ବୋଲି କହିଛନ୍ତି ।
