ବ୍ରହ୍ମପୁର : ବିଦ୍ୟୁତ ସେବାର ବିକଳର ଚିତ୍ର । ଦୀର୍ଘ ୪ ବର୍ଷ ହେବ ବିଦ୍ୟୁତ ଯାଇଛି, ହେଲେ ଏଯାଏ ଆସିନି । ବାତ୍ୟା ତିତିଲିରୁ ବିଦ୍ୟୁତ କଟିଥିଲା, ଏଯାଏ ଗାଁରେ ବିଜୁଳିର ଦେଖାନାହିଁ । ଗଞ୍ଜାମ ଜିଲ୍ଲା ସୋରଡ଼ାରେ ଦେଖିବାକି ମିଳିଛି ଏପରି ସ୍ଥିତି ।
ରାଜ୍ୟର ସବୁ ଗାଁକୁ ବିଦ୍ୟୁତ ସଂଯୋଗ ନିମନ୍ତେ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି । ସମସ୍ତଙ୍କ ନିକଟରେ ବିଜୁଳି ପହଞ୍ଚାଇବା ଲକ୍ଷ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ତାହା ସଂପୂର୍ଣ୍ଣ ରୂପେ କାମ କରୁନି । ସୋରଡ଼ା ବ୍ଲକର ଗାଜଲବାଡ଼ି ପଞ୍ଚାୟତର ପାଜିବଡା, ବାଜିରୀମା, ଗମଗମା, ଆଜିଟୁ ଆଦି ଗାଁରେ ଏଯାଏଁ ବିଦ୍ୟୁତ ସଂଯୋଗ ହୋଇପାରୁନି ।
