ବାଲିଆପାଳ : ସିଂଲା ଥାନା ଅନ୍ତର୍ଗତ ଭଅଁରେଶ୍ୱର କୋଷ୍ଟ କେନାଲ ପାର୍ଶ୍ବରୁ ଆଜି ଏକ ଅଜଣା ବ୍ୟକ୍ତିର ମୃତ ଦେହକୁ ପୁଲିସ ଉଦ୍ଧାର କରିଛି । ସ୍ଥାନୀୟ ଲୋକଙ୍କ ଠୁ ଖବରପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି । ମୃତ ଦେହ ଚିହ୍ନଟ ହୋଇ ପାରି ନାହିଁ । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି ପୁଲିସ କହିଛି । ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।
