ବୋଳଂ ଶିବଶକ୍ତି ଏଣ୍ଟରପ୍ରାଇଜ ପକ୍ଷରୁ ମେଗା ରକ୍ତଦାନ ଶିବିର : ୧୯୩ ୟୁନିଟ ରକ୍ତ ସଂଗୃହିତ

ବାଲିଆପାଳ : ବାଲିଆପାଳ ବ୍ଲକ ବୋଳଂ ଈଶ୍ୱର ଚନ୍ଦ୍ର ହାଇ ପରିସରରେ ସ୍ଥାନୀୟ ଶିଵଶକ୍ତି ଏଣ୍ଟରପ୍ରାଇଜ ପକ୍ଷରୁ ରବିବାର ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ସିଂଲା ଥାନାଧିକାରୀ ପ୍ରଶାନ୍ତ କିଶୋର ଜେନ ଉଦଘାଟନ କରି ରକ୍ତଦାନ ଏକ ମହତ କାର୍ଯ୍ୟ ବୋଲି କହିଛନ୍ତି । ଆଜି ରକ୍ତର ଅଭାବ ସର୍ବତ୍ର ପରିଲକ୍ଷିତ ହେଉଛି । ଏହା ଏକ ମହତ ଉଦ୍ୟମ, ସେଥିପାଇଁ ଏହାର ଆୟୋଜକମାନେ ମହାନ ବୋଲି ସେ ମଧ୍ୟ କହିଛନ୍ତି । ଅତିଥି ଭାବରେ ଲଂଗଲେଶ୍ବର ଶିକ୍ଷକ ତାଲିମ କେନ୍ଦ୍ରର ପ୍ରଧାନ ଶିକ୍ଷୟିତ୍ରୀ ଜୟମାଳା ସେଠୀ, ବାଲେଶ୍ୱର ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଡ: ମହେଶ ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ । ହାଇସ୍କୁଲର ରୋହିତ ଜେନା, ଆଶୁତୋଷ ମଲ୍ଲିକ, ନମିତା ଜେନା, ଶୁଭଙ୍କର ପାତ୍ର, ସୁଶାନ୍ତ ମିସ୍ତ୍ରୀ, ଦେବସ୍ମିତା ସାହୁ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ । ଗୌରୀ ମେଡ଼ିସିନ ଷ୍ଟୋରର ମାନସ ରଞ୍ଜନ ମହାନ୍ତି, ଝାଡଶ୍ୱର ମୈକପ, ଅମିତାଭ ଜେନା, ଯୁଧିଷ୍ଠିର ପଟ୍ଟାୟତ, ନିତ୍ୟାନନ୍ଦ ମହାନ୍ତି, ସୁକୁମାର ସାମନ୍ତ, ଚିନ୍ମୟ ପରିଡା, ଗୋପବନ୍ଧୁ ମଣ୍ଡଳ, ବାଆଁ ଘଡାଇ, ମାନସ ସାମନ୍ତ, ବିଶ୍ୱଜିତ ମୈକାପ, ଉତ୍ତମ ଜେନା, ଖଗେନ୍ଦ୍ର ସାମନ୍ତ, ରବୀନ୍ଦ୍ର ହଟେଇ, ହିମାଂଶୁ ବାରିକ, ରତ୍ନାକର ମହାକୁଡ଼, ସିଲୁ କର, ନୀଳମାଧବ ପଣ୍ଡା ପ୍ରମୁଖ ଏଥିରେ ସହଯୋଗ କରିଥିଲେ । ଶିବିରରୁ ୧୯୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।

Leave a Reply

Your email address will not be published. Required fields are marked *