ନୀଳଗିରିରେ ଗାଁକୁ ପଶିଲା ବର୍ଷା ପାଣି, ହୋମ୍ ପାଇପ୍ ପାଇଁ ଅବରୋଧ ହୋଇଥିଲା ଡ୍ରେନ୍

ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଆଜି ପ୍ରବଳ ବର୍ଷା ପାଇଁ ଗାଁକୁ ପାହାଡ଼ ପାଣି ପଶିଛି । ଏନଏସିର ଦୁର୍ବଳ ଡ୍ରେନେଜ ବ୍ୟବସ୍ଥା ପାଇଁ ଏଭଳି ଅଘଟଣ ହୋଇଛି । ମୁଖ୍ୟ ଡ୍ରେନ୍ ଉପରେ ହୋମ୍ ପାଇପ୍ ପକାଇ ପାଣି ଅଟକା ଯାଇଥିବାରୁ ଏଭଳି ସମସ୍ୟା ଉପୁଜିଥିବା ଜଣାପଡିଛି ।

ଖବରଅନୁସାରେ, ଶନିବାର ଅପରାହ୍ଣ ୩ ଟାରେ ନୀଳଗିରି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା । ସ୍ୱର୍ଣ୍ଣଚୁଡ଼ ପାହାଡ଼ରୁ ଡ୍ରେନରେ ପ୍ରବଳ ପାଣି ଆସିଥିଲା । ବାଇପାସ୍ ରାସ୍ତା ବରିସାହି ଛକରେ ଯାଇଥିବା ଡ୍ରେନ ଉପରେ ଦୁଇଟି ହୋମ ପାଇପ ଥିବାରୁ ପାଣି ଆଗକୁ ଯାଇ ପାରିନଥିଲା । ଫଳରେ ଏନଏସି ୫ ନମ୍ବର ୱାର୍ଡ ବରିସାହି ପାଣି ଘେରରେ ରହିଥିଲା ।

ଫଳରେ ଛଉଘର, ମଧୁସୁଧନ ବିନ୍ଧାଣି, ନରୋତ୍ତମ ବେହେରା, ପୁରୁଷୋତ୍ତମ ଦାସଙ୍କ ସହିତ ବହୁ ଗାଁଲୋକଙ୍କ ଘରେ ପାଣି ପଶି ଅସବାପତ୍ର ନଷ୍ଟ ହୋଇଯାଇଥିଲା । ଏନଏସି କର୍ତ୍ତୃପକ୍ଷ ପହଞ୍ଚି ଡ୍ରେନ୍ ଉପରେ ଥିବା ହୋମ ପାଇକୁ ମେସିନରେ ହଟାଇଥିଲେ । ପରେ ଦମକଳ ବାହିନୀ ପହଞ୍ଚି ପାଣି ନିଷ୍କାସନ କରୁଥିବା ଦେଖିବାକୁ ମିଳିଛି । ତେବେ ଏନଏସିର ଦୁର୍ବଳ ଡ୍ରେନେଜ ବ୍ୟବସ୍ଥାକୁ ସଜାଡ଼ିବାକୁ ସାଧାରଣରେ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *