କାନାରା ବ୍ୟାଙ୍କ୍‌ର ଏଟିଏମ୍ ଭାଙ୍ଗିବା ସହ କାନ୍ଥ କଣା କରି ଲୁଟ୍ ଅଭିଯୋଗ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ସଦର ଥାନା ସଭାମୂଳ ସ୍ଥିତ କାନାରା ବ୍ୟାଙ୍କରୁ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ ବ୍ୟାଙ୍କର ଏଟିଏମ ଭାଙ୍ଗିବା ସହ ବ୍ୟାଙ୍କ କାର୍ଯ୍ୟାଳୟର କାନ୍ଥ କଣା କରି ଭିତରେ ପସିଥିବା ଜଣାପଡିଛି । ତେବେ କେତେ ଟଙ୍କା ଚୋରି ହୋଇଛି ତାହା ସ୍ପଷ୍ଟ ଜଣାପଡିନାହିଁ । ବ୍ୟାଙ୍କ କର୍ତ୍ତୃପକ୍ଷ ଜଗତସିଂହପୁର ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *