ଅତାବିରାରେ ଧରାପଡ଼ିଲେ ଆନ୍ତଃଜିଲ୍ଲା ମୋବାଇଲ ଟାୱାର କେବୁଲ ତାର ଚୋର ଗ୍ୟାଙ୍ଗ

ବରଗଡ଼ : ବରଗଡ଼ ଅତାବିରାରେ ଧରାପଡ଼ିଲେ ଆନ୍ତଃଜିଲ୍ଲା ମୋବାଇଲ ଟାୱାର କେବୁଲ ତାର ଚୋର ଗ୍ୟାଙ୍ଗ । ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ଏହି ଗ୍ୟାଙ୍ଗ ବିଭିନ୍ନ ମୋବାଇଲ ଟାଓ୍ବାରରୁ ଲକ୍ଷ ଲକ୍ଷ ଟଙ୍କାର ତମ୍ବା ତାର ଚୋରି କରିଥିଲେ । କିଛିଦିନ ତଳେ ଅତାବିରା ପୋଲିସ ନିକଟରେ ଏକ ଟାଓ୍ବାରରୁ କେବୁଲ ତାର ଚୋରି ହୋଇଥିବା ଅଭିଯୋଗ ହୋଇଥିଲା ।

ଅତାବିରା ପୋଲିସ ପକ୍ଷରୁ ଏହାର ତଦନ୍ତ ଆରମ୍ଭ କରାଯାଇ ୬ ଜଣକୁ ଗିରଫ କରିବାରେ ସଫଳ ହୋଇଥିଲେ । ଅଭିଯୁକ୍ତମାନେ ଚୋରି ସାମଗ୍ରୀକୁ ଅଭିଯୁକ୍ତ ସ୍କ୍ରାପ ବ୍ୟବସାୟୀ ଏମଡି ଆରବାଜ ପାଖରେ ବିକ୍ରି କରୁଥିଲେ ।

ପୋଲିସ ଗ୍ୟାଙ୍ଗ ଦ୍ବାରା ବ୍ୟବହୃତ ଏକ କାର ସହିତ, କେବୁଲ ତାର, ଚୋରି କରିବାର ଯନ୍ତ୍ରପାତି ଆଦି ସାମଗ୍ରୀ ଜବତ କରିଛନ୍ତି । ଅଭିଯୁକ୍ତ ଶିବରାମ ପ୍ରଧାନଙ୍କ ନାଁରେ ହୀରାକୁଦ ଓ ଅଇଁଠାପାଲି ଥାନାରେ ୪ଟି ଅପରାଧିକ ମାମଲା ରହିଛି । ଅଭିଯୁକ୍ତ ସୁରଜ ମେହେରଙ୍କ ନାଁରେ ହୀରାକୁଦ ଓ ବୁର୍ଲା ଥାନାରେ ଦଶଟି ଅପରାଧିକ ମାମଲା ରହିଛି ।

Leave a Reply

Your email address will not be published. Required fields are marked *