ବ୍ରହ୍ମପୁର : ପାରିବାରିକ କଳହକୁ ନେଇ ଛତ୍ରପୁର ଥାନା ଆଗରେ ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ମହିଳା ଜଣଙ୍କ ହେଲେ ଛତ୍ରପୁର ମହାବୀର ନଗରର ଏମ ଝିଲି ପାତ୍ର । ଗୁରୁତର ଅବସ୍ଥାରେ ଛତ୍ରପୁର ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଆତ୍ମହତ୍ୟା ଉଦ୍ୟମ କରିଥିବା ଝିଲି ଦୁଇ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ଝିଲିଙ୍କ ସ୍ବାମୀ ମୁନା ନିଜ ବାପା, ମାଆଙ୍କ ନିର୍ଯ୍ୟାତନାକୁ ବିରୋଧ କରି ଝିଲିଙ୍କ ସପକ୍ଷରେ ରହିଛନ୍ତି ।
କିନ୍ତୁ ଝିଲିଙ୍କ ଶଶୁର ଘର ଲୋକ ଯୌତୁକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଏ ନେଇ ଛତ୍ରପୁର ଥାନାରେ ଝିଲି ଏବଂ ତାଙ୍କ ସ୍ବାମୀଙ୍କ ପକ୍ଷରୁ ଗତ କିଛିଦିନ ତଳେ ମାମଲା ଦିଆଯାଇଥିଲା । ପୋଲିସ ଉଭୟ ପରିବାରକୁ କାଉନସେଲିଂ ମଧ୍ୟ କରିଥିଲା । ଗତକାଲି ସମାଧାନ ପାଇଁ ପୋଲିସ ଉଭୟ ପରିବାରକୁ ଥାନାକୁ ଡାକି କାଉନସେଲିଂ କରିଥିଲା । ତଥାପି ଝିଲିର ଶଶୁର ଘର ଲୋକେ ଶୁଣିନଥିଲେ । ଯାହା ଦ୍ବାରା ନ୍ୟାୟ ନପାଇବାରୁ ଉଭୟେ ବିଷ ପିଇବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ହଠାତ ସ୍ବାମୀଙ୍କ ହାତରୁ ବିଷ ଆଣି ଥାନା ପରିସରରେ ଝିଲି ବିଷ ପିଇ ଦେଇଥିବା କହିଛନ୍ତି ପରିବାର ଲୋକେ ।
