ପିସିସି ସଭାପତିଙ୍କ ବାଲିଆପାଳ ବନ୍ୟା ଅଞ୍ଚଳ ପରିଦର୍ଶନ, ପର୍ଯ୍ୟାପ୍ତ ସହାୟତା ପୀଡ଼ିତଙ୍କୁ ଯୋଗାଇ ଦେବାକୁ ସରକାରଙ୍କ ଠାରେ ଦାବି କଲେ

ବାଲିଆପାଳ : ସୁବର୍ଣ୍ଣରେଖାର ବନ୍ୟା ପରିସ୍ଥିତି ପରିଦର୍ଶନ କରିବା ପାଇଁ ମଙ୍ଗଳବାର ପିସିସି ସଭାପତି ଶରତ ପଟନାୟକ ବାଲିଆପାଳ ଗସ୍ତରେ ଆସି ବିଭିନ୍ନ ଗ୍ରାମକୁ ଯାଇ ବନ୍ୟା ଦୁର୍ଗତଙ୍କ ଅବସ୍ଥା ବୁଝିବା ସହିତ ବ୍ଲକ ପ୍ରଶାସନ ସହିତ ଆଲୋଚନା କରିଛନ୍ତି । ବନ୍ୟା ପୀଡ଼ିତଙ୍କୁ ପର୍ଯ୍ୟାପ୍ତ ସହାୟତା ଯୋଗାଇ ଦେବାକୁ ସେ ସରକାରଙ୍କ ଠାରେ ଦାବି କଲେ । ବନ୍ୟା ପରିସ୍ଥିତି ପାଇଁ ସରକାର ଦାୟୀ ବୋଲି ସେ କହିଛନ୍ତି ।

ପଡ଼ିରହିଥିବା ସୁବର୍ଣ୍ଣରେଖା ସଂସ୍କାର ଯୋଜନା କାର୍ଯ୍ୟକାରୀ ନହେବା ସରକାରଙ୍କ ବିଫଳତାର ପରିଚୟ ଦେଉଛି ବୋଲି ସେ ମଧ୍ୟ କହିଛନ୍ତି । ଶ୍ରୀ ପଟ୍ଟନାୟକଙ୍କ ସହିତ କଂଗ୍ରେସର ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ, ଜିଲ୍ଲା ସଭାପତି ସଂଜୀବ ଗିରି, ବାଲିଆପାଳ ବ୍ଲକ କଂଗ୍ରେସ ନେତା ବିଜନ ନାୟକ, ଚେୟାରମେନ ରଞ୍ଜିତା ନାୟକ, ମୁରଲୀ ମୋହନ ସାହୁ, ରବିନାରାୟଣ ମହାନ୍ତିଙ୍କ ସହିତ ବହୁ କଂଗ୍ରେସ ନେତା ବାଲିଆପାଳ ବ୍ଲକର ଜାମକୁଣ୍ଡା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ସ୍ଥିତି ପରଖିଥିଲେ । ଏହି ନେତୃ ମଣ୍ଡଳୀ କେନ୍ଦ୍ରରେ କଂଗ୍ରେସ ଶାସନ କାଳରେ ଓଡ଼ିଶାରେ ସୁବର୍ଣ୍ଣ ରେଖା ସଂସ୍କାର ଯୋଜନା ତାହା ବର୍ତ୍ତମାନ ସମୟରେ ରାଜ୍ୟରେ ଥିବା ବିଜେଡି ସରକାର କାର୍ଯ୍ୟକାରୀ କରିନାହିଁ ।

ଫଳରେ ସୁବର୍ଣ୍ଣ ରେଖାରେ ବନ୍ୟା ଏଭଳି ସମସ୍ୟା ଦେଖାଦେଇଛି । ଆଜି ସୁବର୍ଣ୍ଣରେଖା ବନ୍ୟାରେ ହଜାର ହଜାର ଲୋକ ଉଦବାସ୍ତୁ ହେଲେ । ଲୋକମାନଙ୍କ ପାଖରେ ଖାଦ୍ୟ ନାହିଁ । ମୁଣ୍ଡ ଗୁଞ୍ଜିବାକୁ ଆଶ୍ରା ନାହିଁ । ଏ କଥା ରାଜ୍ୟ ସରକାର ଭୁଲି ଯାଇଛନ୍ତି । ତୁରନ୍ତ ଲୋକଙ୍କୁ ରିଲିଫ ସହିତ ପଲିଥିନ ଯୋଗାଇବାକୁ କଂଗ୍ରେସ ନେତାମାନେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *