ସୋର : ସୋରରେ ଘଡିକେ ଘୋଡା ଛୁଟୁଛି , ନିଜେ ମାପି ସରକାରି ଯାଗା ବାହାର କରୁଛନ୍ତି , ଭାଙ୍ଗିବାକୁ ଦଳ ବଳ ନେଇ ଠିଆ ହେଉଛନ୍ତି ପରେ ଫେରି ଆସୁଛନ୍ତି I ଯାହା ସାଧାରଣ ଲୋକଙ୍କୁ ନୁହଁ ଆମ ମନରେବି ସନ୍ଦେହ ଶ୍ରୁଷ୍ଟି କରୁଛି I ତେବେ ଜଦି ସରକାରି ଯାଗା କଉଠି ମାପି କାଢିବାରେ ଅମିନ ଭୁଲ କଲେ ତାହାଲେ ସେଭଳି ଅମିନଙ୍କୁ କାହିଁକି ରଖାଯାଇଛି ? ଜଦି ଅମିନ ଠିକ୍ ମାପିଥିଲେ ଆଉ ସରକାରି ଯାଗାକୁ ବଡ ବଡ ବାବୁ ମାନେ ଦଖଲ କରି କୋଠା ବାଡି କରି ଭଡାଦେଇଥିବା ଜଣା ପଡିଥିଲା ତେବେ କାହିଁକି ତାକୁ ଭଙ୍ଗା ଗଲାନି ? ଖାଲି ଗାର୍ନିସକୁ ଟାଣିଦେଇ କାହିଁକି ପଳେଇଲା ପ୍ରସାଶନ ? ତାହାଲେ କଣ ବୁଝିବାକୁ ହେବ ବିକ୍ରି ହୋଇଗଲେ ଦୁଇ ଅଧିକାରୀ ଆଉ ରାସ୍ତା କଡ ଦୋକାନିଙ୍କୁ ଉଠାଇବାକୁ ଥାଟ ନେଇ ଆସି ଉଠେଇ ଦେଲେ ସିନା ବଡ ବଡିଆଙ୍କୁ ଉଠେଇଲେନି ଆଉ ପରେ ସେଟିଂ ହୋଇଗଲେ I
ଗତ ତା ୦୧/ ୦୮ / ୦୨୨ ରିଖରେ ସୋର ତହସିଲଦାର ଓ ସୋର ମୁନିସ ପାଲିଟି ଅଧିକାରୀ ମିଳିତ ଭାବେ ଷ୍ଟେସନ ଛକରେ ଜବରଦଖଲ ଉଛେଦ କରିଥିଲେ I କିନ୍ତୁ ଏଇ ଉଛେଦ ବେଳେ କିଛି ରାସ୍ତାକଡ ଗୁମୁଟି ଓ ପାନ ଦୋକାନ ଚାହା ଦୋକାନକୁ ଉଛେଦ କରିଥିବା ବେଳେ ସରକାରୀ ଯାଗାରେ ଥିବା ବଡ ବଡ ବିଲ୍ଡିଂରେ ହାତ ମାରି ନଥିଲେ , ଏମିତିକି ଷ୍ଟେସନ ପାଖରେ ଥିବା ଏକ ସମ୍ପୁର୍ଣ୍ଣ ବେ ଆଇନ ହୋଟେଲକୁ ନ ଭାଙ୍ଗି ଛାଡିଦେବା ସହ ସେଇଭଳି ରଙ୍କ ପ୍ରୁଷ୍ଟିଙ୍କ ପଟିକ ଓ ରତ୍ନାକର ରଥଙ୍କ ଷ୍ଟେସନ ଛକ ସ୍ଥିତ ବିଲ୍ଡିଂରେ ନାଲିରଙ୍ଗ ମାରିଥିଲେବି ତାକୁ ନଭାଙ୍ଗି ଛାଡିଦେଇଥିଲେ I ତେବେ ଜଦି ଏଇ ସବୁ କୋଠାଗୁଡିକ ସରକାରୀ ସ୍ଥାନରେ ନୁହଁ ତାହାଲେ ପୂର୍ବରୁ ମାପକରି ନାଲିରଙ୍ଗର ଚିହ୍ନ ମାରି ଭଙ୍ଗାଜିବ ବୋଲି କେମିତି ନାଗରା ଦିଆ ଯାଇଥିଲା ? ତାହାଲେ କଣ ବୁଝିବାକୁ ହେବ ସେମାନଙ୍କୁ ଧମକ ଦିଆଗଲା ଆଉ ପରେ ବୁଝା ମଣା ହୋଇ ମୁଟା ଅଙ୍କର ଟଙ୍କା ନେଇ ସେମାନଙ୍କୁ ଛାଡିଦିଆଗଲା , ଯାହା ଏବେ ତଦନ୍ତ ସାପେଖ୍ୟ I ସେପଟେ ସୋରରେ ସରକାରୀ ଯାଗା ମାଡିବସି ମାସିକ ଲଖ୍ୟ ଲଖ୍ୟ ଟଙ୍କା ଭଡା ଆଦାୟ କରାଯାଉଥିବା ବେଳେ ଆଦିବାସିଙ୍କୁ ବାସଚ୍ୟୁତର ଧମକ ଦେବା କଣ ଠିକ୍ ? କିଏ ଅଧିକାର ଦେଲା ଏଇ ଦୁଇ ଅଧିକାରୀଙ୍କୁ ସୋରରେ ପାତର ଅନ୍ତର କରିବା ପାଇଁ ? କାହା ବଳରେ ବଳିଆନ ହୋଇ ଧନିଙ୍କୁ ଛାଡି ଗରିବଙ୍କୁ ଉଛେଦ କରାଗଲା ? ତେବେ ସମୟ ନିହାତି ଉତ୍ତର ଦେବ ସମୟ ନ ଆସୁ ଆଉ ପଛପଟୁ ଭିଜିଲାନ୍ସ ନଟେକିନେଉ ! ସୋର ତହସିଲଦାର ମୁଳରୁ ବଦନାମ ଆଉ ଏବେ ଧିରେ ଧିରେ ବଦନାମ ହେଉଛନ୍ତି ସୋର ମୁନିସପାଲିଟି ଅଧିକାରୀ I ଲୋକଙ୍କ ପାଖକୁ ଆସି ସମସ୍ୟା ବୁଝୁଥିବା ଅଧିକାରୀ କାହା ପ୍ରରୋଚନାରେ ବଦନାମ ଗଳି ଭିତରକୁ ଠେଲି ହେଉଛନ୍ତି ତାହା ସମୟ କହିବ I ତେବେ ଖାଲି ଦେଖିବାକୁ ବାକିରହିଲା ଗୁମୁଟି ଭାଙ୍ଗିଲା କୋଠା ଭାଙ୍ଗିବ କେବେ ! ନାଁ ଲୋକଙ୍କ ଅଭିଯୋଗ ସତ ଗରିବଙ୍କୁ ଭାଙ୍ଗିଲେ ଧନିଙ୍କ ପାଖରୁ ମୁଟା ଅଙ୍କର ନେଇ ସେଟିଂ ହେଲେ I
