ମୟୁରଭଞ୍ଜର ଚିଟିଂ ବାଜ ହୋଟେଲ ମାଲିକ , ବାପ ୧୬ କଳା ପୁଅ ୬୪ କଳା

ମୟୁରଭଞ୍ଜ : ସତକୁ ଜେତେ ଲୁଚେଇଲେ ସିଏ ଫୁଟିକି ବାହାରିବ , ବିଳମ୍ବରେ ହେଲେବି ସତ ପଦାକୁ ଆସିଛି I ଦାଦାଗିରି ଦେଖେଇ ଫସିଛନ୍ତି ବାପ ପୁଅ I ବାପ କାମ କରେଇ ଟଙ୍କା ଫାଙ୍କିଲା ପୁଅ ଜୀବନରୁ ମାରିଦେବାକୁ ଧମକାଇ ମାଡ ମାରିଲା ବାପ ଠାରୁ ପୁଅ ବଳି ପଡିଲା , ସେଇଥି ପାଇଁତ ବାପ ୧୬ କଳା ଆଉ ପୁଅ ୬୪ କଳା I ତେବେ ଭାରତିୟ ଦଣ୍ଡ ବିଧି ଆଇନ ଅନୁସାରେ ବାପ ପୁଅଙ୍କ ନାମରେ ଲାଗିଛି ଦଫା ୩୪୭, ୪୨୦ , ୩୮୪ ,୪୦୬ , ୪୨୭ ,୫୦୬ ଭଳି ସଙ୍ଗିନ ଦଫା I କିନ୍ତୁ ପୋଲିସ ଅଦ୍ୟାବଧି ଅଭିଯୁକ୍ତ ମାନଙ୍କୁ ଗିରଫ ନକରିବା , ଚିନ୍ତା ଆଉ ପରିତାପର ବିଷୟ I

ସୂଚନା ଥାଉକି ସୋର ଥାନା ଉତ୍ତରେଶ୍ବରର ସୁବ୍ରତ କୁମାର ମହାନ୍ତି ସୋର ଉତ୍ତରେଶ୍ବର ଛକରେ ନିଲମ କମ୍ପ୍ୟୁଟର ନାମକ ଏକ ଦୋକାନ କରିଛନ୍ତି । ମୟୁରଭଞ୍ଜର ବାଙ୍ଗିରି ପୋଷିରେ ଥିବା ଶିମିଳିପାଳ ହୋଟେଲର ମାଲିକ ଯଶୋବନ୍ତ ବସା ସୌରଶକ୍ତି ସଂଗ୍ରହ କରି ବିଦ୍ୟୁତ ଉତ୍ପାଦନ କରିବା ପଦ୍ଧତିକୁ ତାଙ୍କ ଶିମିଳିପାଳ ହୋଟେଲରେ ସ୍ଥାପନା କରିବା ପାଇଁ ସୁବ୍ରତଙ୍କ ସହ ଯୋଗା ଯୋଗ କରିଥିଲେ I ପରେ  ସୁବ୍ରତ ସୈରଶକ୍ତି ସିଷ୍ଟମରେ ବ୍ୟବହାର ହେଉଥିବା ସମସ୍ତ ପ୍ୟାନେଲ ଓ ଅନ୍ୟାନ୍ୟ ମେସିନାରି ଉପକରଣ ଏକ ଟ୍ରକ ଯୋଗେ ଶିମିଳିପାଳ ହୋଟେଲକୁ ପଠେଇଥିଲେ I ଏହିସମୟରେ ହୋଟେଲର ମାଲିକ ଜସବନ୍ତ ବସା ସେ ବାବଦକୁ ଦେଢ ଲକ୍ଷ ଟଙ୍କା ସୁବ୍ରତ ବା ନିଲାୟମ କମ୍ପ୍ୟୁଟରର ମାଲିକଙ୍କୁ ଦେଇଥିଲେ I ତେବେ ଏହି ସୋଲାର ସିଷ୍ଟମକୁ କାର୍ଯ୍ୟଖ୍ୟମ କରିବା ପାଇଁ ସୁବ୍ରତ ଏବଂ ତାଙ୍କ ଟେକନିସିଆନ ହେମନ୍ତ ସୋଲାର ସିଷ୍ଟମକୁ ଶିମିଳିପାଳ ରିସୋର୍ଟରେ ସଂଯୋଗ କରିଥିଲେ । ଏ ବାବଦକୁ ପରବର୍ତ୍ତି ପର୍ଯ୍ୟାୟରେ ହୋଟେଲର ମାଲିକ ଜସବନ୍ତ ଦଶ ହଜାର ଟଙ୍କା ହେମନ୍ତ କୁମାର ମହାନ୍ତିଙ୍କୁ ଦେଇଥିଲେ I ତେବେ ତା୪|0୫|୨୧ ରିଖରେ ସୁବ୍ରତ ଏବଂ ହେମନ୍ତ ସୋଲାର ସିଷ୍ଟମ ସଂଯୋଗ କରିସାରିବା ପରେ  ଯଶୋବନ୍ତଙ୍କୁ ଅବଶିଷ୍ଟ ଅର୍ଥ ମାଗିଥିଲେ । ସେ ତାର ପରଦିନ ସବୁ ପଇସା ଦେବେ ବୋଲି କହିଥିଲେ | ହୋଟେଲ ମାଲିକଙ୍କ କଥା ଅବୁଯାଇ ସୁବ୍ରତ ଓ ଜସବନ୍ତ ଉଭୟ ସେଇ ହୋଟେଲରେ ରହିଥିଲେ | ପରଦିନ ସୁବ୍ରତ ବକେୟା ଟଙ୍କା ମାଗିବାରୁ ଯଶୋବନ୍ତ ବସା ସୋଲାର ସିଷ୍ଟମ ଠିକ ସେ କାମ କରୁ ନାହିଁ କହି ପଇସା ଦେବାକୁ ମନା କରିଥିଲେ । ଏହାକୁ ନେଇ ସୁବ୍ରତ ହେମନ୍ତଙ୍କ ଉପରେ ବିରକ୍ତ ହେଉଥିବା ସମୟରେ ଯଶୋବନ୍ତଙ୍କ ପୁଅ ସୌରବ ବସା ଅଭଦ୍ର ଭାଷାରେ ଗାଳି ଗୁଲଜ କରିବା ସହିତ ସୁବ୍ରତଙ୍କ ମୋବାଇଲ, ବ୍ୟାଗ ଓ ମଟର ସାଇକେଲକୁ ଛଡାଇ ନେବା ସହ ସୁବ୍ରତଙ୍କ ପେଟକୁ ଗୋଇଠା ମାରିଥିଲେ I ଏଥିସହ ହେମନ୍ତଙ୍କ ମୁଣ୍ଡ ଯାମିନ ରଖି ଏକ ଲକ୍ଷ ଟଙ୍କା ଦେଲେ ତାଙ୍କୁ ଛାଡିବେ ବୋଲି କହିଥିଲେ I ଏ ସମ୍ପର୍କରେ ସୁବ୍ରତ ସ୍ଥାନିୟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁକରି ତଦନ୍ତ କରିଥିବା ବେଳେ , ତଦନ୍ତରେ ବାପ ପୁଅ ସୁବ୍ରତଙ୍କୁ ମାଡ ମାରିବା ସହ ଦୁରବ୍ୟବହାର କରିଥିବା ସ୍ପଷ୍ଟ ହୋଇଛି I ଅନ୍ୟପଟେ ପୁଅ ସୈରବ ହୋଟେଲକୁ ଆସୁଥିବା ବହୁ ପର୍ଯ୍ୟଟକଙ୍କୁ ଖରାପ ବ୍ୟବହାର କରୁଥିବା ଗୋଗଲ ସାଇଟରେ ଥିବା ରିଭ୍ୟୁରୁ ଜଣାପଡିଛି I ତେବେ କାହିଁକି ନିରବ ରହିଛି ପୋଲିସ ? କେବେ ଏଇ ବାପ ପୁଅଙ୍କ ହାତରେ ହାତକଡି ପଡିବ ଆଉ ଜେଲର ମଜାନେବେ ଉଭୟ ବାପ ପୁଅ ତାହାସମୟ କହିବ I

Leave a Reply

Your email address will not be published. Required fields are marked *