ଜଳବନ୍ଦୀ ଭିତରେ ଜୀବଜନ୍ତୁଙ୍କ ମେଳରେ କଟୁଛି ଜୀବନ, ପାଣି ଘେରରେ ୧୮ଟି ପୌରାଞ୍ଚଳର ୭୮ଟି ୱାର୍ଡ

ଭୁବନେଶ୍ୱର : ୧୮ଟି ପୌରାଞ୍ଚଳର ୭୮ଟି ୱାର୍ଡ ବି ପାଣି ଘେରରେ ଅଛି । ୪ ଲକ୍ଷ ୯୧ ହଜାର ୧୪୭ ଜଣ ଲୋକ ପ୍ରଭାବିତ ହୋଇଥିବାବେଳେ ୪୨୫ଟି ଗାଁର ୨ ଲକ୍ଷ ୨୬ ହଜାର ୪୪୭ ଜଣ ଲୋକ ଜଳବନ୍ଦି ଅଛନ୍ତି । ୧୬୮ଟି କେନ୍ଦ୍ରରେ ୫୮ ହଜାର ୫୪୬ ଜଣଙ୍କୁ ରନ୍ଧା ଖାଦ୍ୟ ଯୋଗାଯାଉଛି । ୫୫ ହଜାର ୫୭୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ୨୪ ଶହ ୫୮ଟି ଘର କ୍ଷତିଗ୍ରସ୍ତ ହୋଇଛି ।

ଏପଟେ ପାଣିର ପ୍ରକୋପରେ ପ୍ରଶାସନର ଅକଲ ଗୁଡୁମ୍ । ବିପନ୍ନଙ୍କ ନିକଟରେ ପହଞ୍ଚିବା ଲାଗି ସୃଷ୍ଟି କରିଛି ବଡ ଚ୍ୟାଲେଞ୍ଜ । ମ୍ୟାନପାଓ୍ବାର ଓ ମେସିନାରିଜ ସତ୍ତ୍ବେ ରିଲିଫ ପହଞ୍ଚାଇବାରେ ପ୍ରଶାସନ ଫେଲ । ଅନେକ ସ୍ଥାନରେ ଲୋକଙ୍କ ଅଭିଯୋଗ ଦୁଇ ଦିନ ହେବ ପାଣି ଘେରରେ ଥିବା ସତ୍ତ୍ବେ ନାଁ ସ୍ଥାନାନ୍ତିରତ କରାଯାଉଛି ନା ସହାୟତା ମିଳୁଛି । ଜଳବନ୍ଦୀ ଭିତରେ ଜୀବଜନ୍ତୁଙ୍କ ମେଳରେ କଟୁଛି ଜୀବନ ।

Leave a Reply

Your email address will not be published. Required fields are marked *