ବାଲିଆପାଳ : ବାଲିଆପାଳ ଶିକ୍ଷିତ ବେକାରୀ ସଙ୍ଗଠନ ସ୍ଵେଚ୍ଛାକୃତ ଭାବେ ପ୍ରଥମରୁ ବାଲିଆପାଳରେ ଶିଳ୍ପ ଭିତ୍ତିକ ନିଯୁକ୍ତି ପାଇଁ ଆମ ମାଟିରେ ଭିତ୍ତଭୂମିର ଉନ୍ନତି ପାଇଁ ସରକାର ନେଇଥିବା ପ୍ରତିଟି ପଦକ୍ଷେପକୁ ଆନ୍ତରିକତା ସହ ସମର୍ଥନ ଦେଇ ଆସୁଛି । ସୁବର୍ଣ୍ଣରେଖା ବନ୍ଦର ହେଲେ ବାଲିଆପାଳ ମାଟିରୁ ବେକାରୀ, ଦାଦନ ସମସ୍ୟା ହଟିବା ସହିତ ଆମ ବାଲିଆପାଳର ପ୍ରତି ପରିବାର ଆତ୍ମନିର୍ଭରଶୀଳ ହେବ ସେ ବିଷୟରେ ଲୋକମାନଙ୍କୁ ବୁଝାଇ ଆସିଛି । ସଂକଳ୍ପ ଦାଦନ ମୁକ୍ତ ବାଲିଆପାଳର ନାରାରେ ଶପଥ ନେଇ ଗଢ଼ି ଉଠିଥିବା ବାଲିଆପାଳ ଶିକ୍ଷିତ ବେକାରୀ ସଂଗଠନ ନିରପେକ୍ଷ ସଙ୍ଗଠନ ଆଜି ବନ୍ଦର କାର୍ଯ୍ୟରେ ଅହେତୁକ ବିଳମ୍ବ, ବନ୍ଦର ପାଇଁ କାର୍ଯ୍ୟ କରୁଥିବା ଠିକା ସଂସ୍ଥାରେ ଆଞ୍ଚଳିକ ପିଲାଙ୍କୁ ପ୍ରାଧାନ୍ୟ ଏବଂ ବାଲିଆପାଳରେ କାର୍ଯ୍ୟରତ ଥିବା ଅନ୍ୟାନ୍ୟ ଠିକା ସଂସ୍ଥାଗୁଡ଼ିକରେ କିଭଳି ଭାବରେ ବାଲିଆପାଳରେ ଥିବା ଅଣକୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଏବଂ ଅତି କୁଶଳୀ ଶ୍ରମିକଙ୍କଙ୍କୁ ନିଯୁକ୍ତିରେ ପ୍ରାଥମିକତା ମିଳୁ ଭଳି ପ୍ରମୁଖ ଦାବିଗୁଡ଼ିକୁ ନେଇ ବାଲିଆପାଳ ତହସିଲଦାରଙ୍କୁ ଭେଟି ଏକ ଦାବିପତ୍ର ଦେଇଥିଲେ
ବନ୍ଦର ନିଯୁକ୍ତିକୁ ନେଇ ଦେଖାଦେଇଥିବା ଅସନ୍ତୋଷକୁ ଆଖିଆଗରେ ରଖି ବନ୍ଦର ହେଲେ କେତେ ନିଯୁକ୍ତି ମିଳିବ ସେ ନେଇ ବନ୍ଦର କର୍ତ୍ତୃପକ୍ଷ କିମ୍ବା ପ୍ରଶାସନ ତରଫରୁ ସ୍ପଷ୍ଟିକରଣ ରଖିବାକୁ ଦାବି କରିଥିଲେ ।ଏଥିରେ ସଭାପତି ରୀଙ୍କୁ ରଞ୍ଜନ, ଉପସଭାପତି ନଗେନ୍ଦ୍ର ଜେନା, ସମ୍ପାଦକ ଭଗବାନ ପାଢ଼ୀ, ପଞ୍ଚାୟତ କୋଡ଼ିନେଟର ହରିହର ପଣ୍ଡା, କୋଷାଧ୍ୟକ୍ଷ ସମେତ ଅନ୍ୟ ସଦସ୍ୟମାନେ ଥିଲେ । ଆଗାମୀ ଦିନରେ ଶିଳ୍ପ ଭିତ୍ତଭୂମିର ଉନ୍ନତି ପାଇଁ ଏକ ବ୍ୟାପକ ଜଣ ଆନ୍ଦୋଳନ କରାଯିବ ବୋଲି ସଭାପତି ପ୍ରକାଶ କଲେ ।
