ଲଘୁଚାପ ଜନିତ ବର୍ଷାରେ ଭାଙ୍ଗିଲା ବହୁ ଘର

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ବିଭିନ୍ନ ପଞ୍ଚାୟତରେ ଲଗାଣ ବର୍ଷାରେ ବହୁ ଘର ଭାଙ୍ଗିଥିବା ଜଣାପଡିଛି । ଲଘୁଚାପ ଜନିତ ବର୍ଷାରେ ସଦର ପଞ୍ଚାୟତର ବଦଦ୍ୱାର ସାହିର ନିରୂପମା କୌଶଲ୍ୟା, ରିଙ୍କି କୌଶଲ୍ୟା, ହେମନ୍ତ କୌଶଲ୍ୟା, ଗୋବିନ୍ଦ କୌଶଲ୍ୟା, ଗୋପାଳ କୌଶଲ୍ୟା, ଗିରିଆଗୁଡା ଗାଁର ଜାକାଶିକା ଲକ୍ଷ୍ମୀ, ଘାଗୁଡିମାଳ ଗାଁର ଯୁଧିଷ୍ଠିର ନାଗବଂଶ, ନୂଆସାହିର ଦାମୋଦର ବେନିଆ, ବାକିଟି (କେଉଟ) ସାହିର ମୋହନ, ଶିଙ୍ଗାରି ପଞ୍ଚାୟତର ଖରଯୋଡ଼ା ଗାଁର ରମେଶ ବାଗ ଓ ବିଜୟ କୁମାର ବାଗ, ନାରାୟଣ ପୁରପଞ୍ଚାୟତରେ ନାରାୟଣପୁରର ଜୟସିଂ ବିଡିକା, ପଡେଇକାଣି ଗାଁର ଗୋବିନ୍ଦ ଟାକିରି, ସୁନାଖଣ୍ଡି ପଞ୍ଚାୟତର ସୁନାଖଣ୍ଡି ଗାଁର ଶାଙ୍କାରାଓ କୃଷିକା, ସଞ୍ଜୟ କୁମାର ଝାଳିଆ, ଲକ୍ଷ୍ମୀପୁର ଗାଁର ଦେଇ ପିଡ଼ିସିକା, ମାଝିଗୁଡା ପଞ୍ଚାୟତର ପୋମଡା ଗାଁର ରୂପାଇ ପ୍ରାସ୍କା, ସମୁଲୁ ନାଣକା, ମାଝୀଗୁଡା ଗାଁର ଆଦଶ୍ରୀ ନୁକୀ, କନପାଳ ସଙ୍କାରାଓ ସମେତ ଅନ୍ୟ ପଞ୍ଚାୟତରେ ମଧ୍ୟ କିଛି ଘର ବର୍ଷାରେ ଭାଙ୍ଗିଥିବା ଶୁଣିବାକୁ ମିଳୁଛି ।

କଲ୍ୟାଣସିଂହପୁର ଅଞ୍ଚଳରେ ସରପଞ୍ଚ ଗୌତମ ବାର୍ଲି, ସୁନାଖଣ୍ଡି ପଞ୍ଚାୟତ ସରପଞ୍ଚ ସଞ୍ଜୟ ନିଶିକା ଓ ଅନ୍ୟ ସରପଞ୍ଚ ମାନେ ନିଜ ନିଜ ପଞ୍ଚାୟତରେ ଘର ଭାଙ୍ଗି ପଡିଥିବା ଖବର ପାଇ ପରିଦର୍ଶନ କରି ସେମାନଙ୍କୁ ସଚେତନତା କରିଥିଲେ ।ଏବଂ ରାଜସ୍ବ ନୀରିକ୍ଷକଙ୍କୁ କହି ପଲିଥିନ ବ୍ୟବସ୍ଥା କରିଥିଲେ । କିଛି ପଞ୍ଚାୟତରେ ପଲିଥିନ ଦେଇନଥିବା ଶୁଣିବାକୁ ମିଳିଛି । ଏହି ଗରିବ ଶ୍ରେଣୀର ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡିଏ ଲେଖାଏଁ ଯୋଗାଇଦେବାକୁ ପଞ୍ଚାୟତ ବାସୀ ଦାବି କରିଛନ୍ତି । ତାହା ସହିତ ରାଜସ୍ୱ ନୀରିକ୍ଷକମାନେ ଉକ୍ତ ଅଞ୍ଚଳ ପରିଦର୍ଶନ କରି ଘର ଭାଙ୍ଗିଥିବା ହିତାଧିକାରୀଙ୍କୁ ପଲିଥିନ ଯୋଗାଇଦେବା ପାଇଁ ମଧ୍ୟ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *