ଶିମିଳିପାଳରେ ପ୍ରବଳ ବର୍ଷା, ୫ ରୁ ଉର୍ଦ୍ଧ୍ୱ ଗାଁ ଜଳବନ୍ଦୀ

କରଞ୍ଜିଆ : କିଛି ଦିନ ହେବ ଲଘୁଚାପ ଜନିତ ବର୍ଷା ମୟୁରଭଞ୍ଜ ଜିଲ୍ଲାରେ ଲାଗିରହିଛି । ଵିଶେଷ କରି ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା ହେବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଇପଡିଛି । ପ୍ରବଳ ବର୍ଷା ଯୋଗୁଁ ଶିମିଳିପାଳରୁ ବାହାରିଥିବା ନଦୀଗୁଡିକର ଜଳସ୍ତର ବୃଦ୍ଧି ହେବାରେ ଲାଗିଛି ।

ବର୍ଷା ପ୍ରଭାବରେ କରଞ୍ଜିଆ ବ୍ଲକ ଅନ୍ତର୍ଗତ ଦୁଧିଆଣି ଗ୍ରାମ ପଞ୍ଚାୟତର ୫ ରୁ ଉର୍ଦ୍ଧ୍ୱ ଗାଁ ଜଳବନ୍ଦୀ ହୋଇଥିବା ସୂଚନା ମିଳିଛି । ରଙ୍ଗାମାଟିଆ ନିକଟରେ ଥିବା ପୋଲ ଉପରେ ୩ ଫୁଟ ଉପରେ ପାଣି ଚାଲୁଥିବାରୁ ଜଳବନ୍ଦୀ ହେଇଛନ୍ତି ଶହ ଶହ ଲୋକ । ଶିମିଳିପାଳରେ ପ୍ରବଳ ବର୍ଷା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି ।

ଗତକାଲି ଠାରୁ ଶହ ଶହ ଲୋକେ ଜଳବନ୍ଦୀ ଥିବା ସୂଚନା ମିଳିଛି । ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ସେମାନେ କିପରି ପରିସ୍ଥିତିରେ ଅଛନ୍ତି କାହାରି ପାଖରେ ଖବର ନାହିଁ, ରାମଯୋଡି, ବାରାକାମଡା, କଦଳୀବାଡ଼ି, ଜଲଦା, ଦୁଧିଆଣି, ପାହାଡ଼ପୁର, ରାଣୀଭୋଳ ପ୍ରଭୁତି ଗାଁ ଜଳବନ୍ଦୀ ଥିବାର ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *