ସିମୁଳିଆ : ଶଶି ଛାଡିଲେ ଫୁଲ ଧରିବେ ଶଙ୍ଖ । ଶଶୀଙ୍କର ଏ ଶଙ୍ଖ ଫୁଙ୍ଖା ନୁଆ ନୁହେଁ । ଶଶୀ ଶଙ୍ଖ ଫୁଙ୍ଖାରେ ୨୦୧୪ ପୂର୍ବରୁ ଲିପ୍ତ ଥିଲେ କିନ୍ତୁ ସେଠୁ ଟିକେଟ ନମିଳିବାରୁ ପଦ୍ମ ପୋଖରୀରୁ ପଦ୍ମ ତୋଳିଥିଲେ । ହେଲେ ଜିତି ନପାରି ବିଧାୟକ ପାର୍ଥୀ ହୋଇ ରହିଯାଇଥିଲେ ସିନା ବିଧ୍ୟାୟକ ହୋଇପାରିନଥିଲେ । ପୁଣି ଆଗମୀ ନିର୍ବାଚନରେ ବିଜେପି ଶଶୀଙ୍କୁ ପାର୍ଥୀ କରିବନି ବୋଲି ଜାଣିସାରୀ ଶଶୀ ଜାଉଛନ୍ତି ବିଜେଡିକୁ । ବିଜେଡିରେ ବର୍ତ୍ତମାନର ବିଧ୍ୟାୟକ ଜୋତିପାଣିଗ୍ରହୀ ରହିଥିଲା ବେଳେ ଯଦି ଶଶୀଙ୍କୁ ଟିକେଟ ନମିଳେ ତାହାଲେ ସିଏ ଆଉ ବିଜେପିକୁ ଯାଇ ପାରିବେ ନାହିଁ ।
ସେତେବେଳେ ସେ କଂଗ୍ରେସକୁ ଯିବେ ନା ଶିଶୁପାଳ ହୋଇ ରହିଯିବେ । ଯାହା ଏବେ ବଡ ପ୍ରଶ୍ନ ବାଚୀ ? । ଅନ୍ୟପକ୍ଷରେ ର୍ଧମେନ୍ଦ୍ର ପ୍ରଧାନଙ୍କ ଏକଛତ୍ରବାଦ ଓ ମନମୁଖୀ କାର୍ଯ୍ୟଯୋଗୁ ସିମୁଳିଆ ଖଇରା ନିର୍ବାଚନ ମଣ୍ଡଳୀର ୨୦୧୪ମସିହାର ବିଜେପି ପାର୍ଥୀ ଶଶି କୁମାର ସାହୁ ଆଜି ଖଇରା ଠାରେ ଥିବା ଏକ ଘରୋଇ ହୋଟେଲରେ ସାମ୍ବାଦୀକ ସମ୍ମିଲନୀ ଡକାଇ ବିଜେପିରୁ ଇସ୍ତଫା ପ୍ରଦାନ ଦେବା ସହିତ ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସହିତ ସିମୁଳିଆ ଖଇରା ନିର୍ବାଚନ ମଣ୍ଡଳୀର ୫୯ପଞ୍ଚାୟତର ସରପଂଚ ୪ଜଣ ସମିତି ସଭ୍ୟ ୬ଜଣ ଜିଲା ପରିହଦ ଲଢିଥିବା ସଭ୍ୟ ଓ ସଭ୍ୟା ୧୩୮ଜଣ ବିଜୟୀ ଓ୍ବାର୍ଡ ମେମ୍ବର , ସାତଗୋଟି ମଣ୍ଡଳ କମିଟିର ନେତା , ଜିଲ୍ଲା ସଂପାଦକ ପ୍ରମୁଖ ବିଭିନ୍ନ ଛାମୁଆ ଶାଖାର ସଭାପତି ଓ ପଂଚାୟତର ପ୍ରମୁଖ ସଭାପତିଗଣ ମିଳିତ ଭାବେ ଅଗଣତାନ୍ତ୍ରିକ, ଏକଛତ୍ରବାଦୀ ଓ ବିଶୃଙ୍ଖଳିତ ଆଚରଣର ଜର୍ଜରୀତ ହୋଇ ବିଜେପି ଦଳ ଛାଡିଲେ ବୋଲି ଶଶୀ କୁମାର ସାହୁ କହିଛନ୍ତି । ବିଜେପି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନୀତି ଆଦର୍ଶରେ ଆଉ ବିଜେପି ଦଳ ଅନୁପ୍ରାଣିତ ହେଉନାହିଁ । ବର୍ତ୍ତମାନ ପେଟ୍ରୋଲିୟମ ମନ୍ତ୍ରୀ ର୍ଧମେନ୍ଦ୍ର ପ୍ରଧାନ ଏକ ଛତ୍ରବାଦୀର ଶାସନ ଚାଳଉଥିବାର ଅଭିଯୋଗଆଣି ଦଳରୁ ଇସ୍ତଫା ଦେଲେ । ୧୩ ତାରିଖରେ ଖଇରା ବ୍ଲକ ଆର୍ନ୍ତଗତ କୁପାରୀ ପଂଚାୟତ ପଡିଆରେ ବର୍ତ୍ତମାନର ସାଂସଦ ତଥା ଜିଲ୍ଲା ସଭାପତି ରବିନ୍ଦ୍ର କୁମାର ଜେନାଙ୍କ ପୌରାହିତ୍ୟରେ ବିଧିବଦ୍ଧ ଭାବେ ଯୋଗଦେବେ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
