ବାସୁଦେବପୁର : ରାଜ୍ୟ ରାଜନୀତିରେ ବାସୁଦେବପୁର ଭୂମିକା ଅନେକ ଗୁରତ୍ୱ ବହନ କରୁଥିବା ବେଳେ ଦୁଇ ଦୁଇଟି ମୁଖ୍ୟମନ୍ତ୍ରୀ ଦେଇଥିବା ସହିଦର ମାଟି ବାସୁଦେବପୁରରେ ମହାପୁରୁଷଙ୍କ ସ୍ମୃତି ଭବନକୁ ରାସ୍ତାର ଚିତ୍ର ଦେଖିଲେ ସ୍ପଷ୍ଟ ବାରିହେଇ ପଡୁଛି ଗାନ୍ଧିଜୀଙ୍କ ଦରଦ କେତେ । ବାସୁଦେବପୁର ବିଧାନସଭା କ୍ଷେତ୍ରକୁ ବର୍ତମାନ ରାଜ୍ୟର ଶାସନ ଭାର ସମ୍ଭାଳୁ ଥିବା ଶାସକ ଦଳ ଶାସନ କରି ଆସୁଥିବା ବେଳେ ଗୋଟିଏ ପରିବାର ପାଖରେ ବାସୁଦେବପୁର ଶାସନ ରହି ଆସୁଛି । ବଡ ଦୁଃଖର କଥା ବର୍ତମାନର ବିଧାୟକ ବିଷ୍ଣୁବ୍ରତଙ୍କ ବାପା ବିଜୟଶ୍ରୀ ରାଉତ ରାୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଥିଲା ବେଳେ ଚାରିବାଟିଆ ଗାନ୍ଧୀ ସ୍ମୃତିକୁ ଭୁଲି ଯାଇଥିଲେ କି ? ଏ ପ୍ରସଙ୍ଗକୁ ଯେତେବେଳେ ବର୍ତମାନ ବିଧାୟକ ଦାବି ଉପସ୍ଥାପନ କଲେ ଲୋକ ଅନେକ ବାହା ବାହା କଲେ, ଆଜି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଯେତେବେଳେ ପରିଦର୍ଶନରେ ଆସିଲେ ରାସ୍ତାର ଅବସ୍ଥା ଲୁଚେଇବା ପାଇଁ ତରବରିଆ ଭାବେ ରାସ୍ତା ମରାମତି କରାଗଲା । ଲୋକଙ୍କ କହିବା କଥା ମନ୍ତ୍ରୀ ପ୍ରତିଦିନ ଆସନ୍ତେ କି ରାସ୍ତାରେ ଟିକେ ଚାଲି ବାକୁ ସୁବିଧା ହୁଅନ୍ତା ।
