ଉତ୍କଳ ସାମ୍ବାଦିକ ସଙ୍ଘ ବାଲେଶ୍ୱର ଜିଲ୍ଲା ଶାଖାର ସାଧାରଣ ବୈଠକ ଅନୁଷ୍ଠିତ

ବାଲେଶ୍ୱର : ଉତ୍କଳ ସାମ୍ବାଦିକ ସଙ୍ଘ ବାଲେଶ୍ୱର ଜିଲ୍ଲା ଶାଖାର ସାଧାରଣ ବୈଠକ ନୃତ୍ୟ ସଂଗୀତ କଳା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ସଭାପତି ଲୋକନାଥ ଦଳେଇ ଅଧ୍ୟକ୍ଷତା କରି ସ୍ୱାଗତ ଅଭିଭାଷଣ ସହିତ ବୈଠକର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ । ସମ୍ପାଦକ ପ୍ରତାପ ପାତ୍ର ନିଜ ବକ୍ତବ୍ୟରେ ସଂଗଠନକୁ ଆଗକୁ ନେବା ସହିତ ସୁଦୃଢ କରିବା ପାଇଁ ମତବ୍ୟକ୍ତ କରିଥିଲେ । ସର୍ବ ସମ୍ମତି କ୍ରମେ ବୈଠକରେ ଆଲୋଚନା କରାଯାଇ ଜିଲ୍ଲାର ପୂର୍ଣ୍ଣାଙ୍ଗ କମିଟି ଗଠନ କରାଯାଇଛି । ଉପଦେଷ୍ଟା ଭାବେ ଗଗନ ସେଠି, ଶ୍ରୀକୃଷ୍ଣ ଗୁପ୍ତା, କମଳ ଲୋଚନ ଆଚାର୍ଯ୍ୟ, ରାଜକିଶୋର ମଲିକ, ଉପସଭାପତି ଭାବେ ଦେବେନ୍ଦ୍ର ଦାସ, ସତ୍ୟବ୍ରତ ଦାସ, ଆତ୍ମାନନ୍ଦ ଦାସ, ସହ ସମ୍ପାଦକ ସରିତ ସପନ ପଣ୍ଡା, ଅର୍ଜୁନ ଚରଣ ସିଂ, କୋଷାଧକ୍ଷ ପ୍ରଫୁଲ୍ଲ କୁମାର ସାମନ୍ତରାୟ, ଜିଲ୍ଲା କାର୍ଯ୍ୟକାରୀ କମିଟିକୁ ଝାଡ଼େଶ୍ୱର ପ୍ରଧାନ, ସୀତାରାମ ପାତ୍ର, ନିରଞ୍ଜନ ଜେନା ଓ ରାଜ୍ୟ କାର୍ଯ୍ୟକାରିଣୀ କମିଟିକୁ ନିରଞ୍ଜନ ପ୍ରସାଦ ବାରିକଙ୍କୁ ମନୋନୀତ କରାଯାଇଛି । ଉକ୍ତ ବୈଠକରେ ନିରଞ୍ଜନ ପ୍ରସାଦ ବାରିକ ମଞ୍ଚ ପରିଚାଳନା କରିଥିବା ବେଳେ ସମ୍ପାଦକ ଶ୍ରୀଯୁକ୍ତ ପାତ୍ର ଧନ୍ୟବାଦ ଅର୍ପଣ କରିଛନ୍ତି । ଉକ୍ତ ବୈଠକରେ ମାନସ ରଞ୍ଜନ ବେଜ, ମନୋଜ ଭୂଇଁଆ, ଭଗବାନ ଦାସ, ନର ନାରାୟଣ ଦାସ, ମାନସ ରଞ୍ଜନ ଜେନା, ସସ୍ମିତା ମହାନ୍ତି, ଆଶିଷ ଗିରି, ସୁରେଶ ମହାନ୍ତି, ସମେତ ବହୂ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ବୈଠକରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *