ବସ୍ତା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ଭୂସ୍ଖଳନ ,ସାମ୍ବାଦିକ ସମ୍ମିଳନୀ ଜରିଆରେ ଇସ୍ତଫା ଦେଲେ ୧୦୦୦ରୁ ଉର୍ଧ୍ବ କର୍ମୀ ଓ ନେତା । ବସ୍ତା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଭୂମିକମ୍ପ ସୃଷ୍ଟି ହୋଇଛି । ଦଳରୁ ଏକାସାଙ୍ଗରେ ୧୦୦୦ରୁ ଉର୍ଧ୍ବ କର୍ମୀ ଇସ୍ତଫା ଘୋଷଣା, ସମସ୍ତଙ୍କୁ ଚକିତ କରିଛି । ସୁଚନା ଅନୁସାରେ ଦୀର୍ଘ ଦିନଧରି ବସ୍ତା ନିର୍ବାଚନ ମଣ୍ଡଳୀର ପୁରୁଣା କର୍ମୀ ଓ ନେତା ମାନେ ସାଂସଦ ରବୀନ୍ଦ୍ର ଜେନାଙ୍କ ମାନସିକ ନିର୍ଯାତନାରେ ଅତିଷ୍ଟ ହୋଇ ମାନ୍ୟବର ମୁଖ୍ଯମନ୍ତ୍ରୀଙ୍କୁ ୧୩୦୦୦ ଦସ୍ତଖତ ସମ୍ବଳିତ ଅଭିଯୋଗ ପତ୍ର ଦେଇଥିଲେ ।

ମାତ୍ର ମୁଖ୍ୟମନ୍ତ୍ରୀ ଉକ୍ତ ଘଟଣା ଵିଷୟରେ ଦୃଷ୍ଟି ନଦେବାରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ଇସ୍ତଫା ଘୋଷଣା କରିଛନ୍ତି ୲ ଆଜି ବାଲିଆପାଳ ଡାକବଙ୍ଗଳାରେ ଏନେଇ ଏକ ସମ୍ବାଦିକ ସଭାରେ ଦଳର ବରିଷ୍ଠ ନେତା ମହେଶ୍ଵର ଜେନା ଘୋଷଣା କରିବା ସହିତ ଆଗାମୀ 16ତାରିଖରେ ବିଜେପିରେ ସାମିଲ ହେବେ ବୋଲି କହିଛନ୍ତି ।
